ଆପେକ୍ସ କାଉନସିଲ୍ ଅନୁମୋଦନ ପରେ ବିସିସିଆଇ କର୍ମକର୍ତ୍ତାଙ୍କ ଭତ୍ତା ବଢିଲା

ମୁମ୍ବାଇ: ବିସିସିଆଇର କର୍ମକର୍ତ୍ତାମାନେ ବିଦେଶ ଗସ୍ତରେ ଗଲେ ଏଣିକି ଦିନ ପିଛା ୧ହଜାର ଡଲାର ଭତ୍ତା ମିଳିବ। କେବଳ ଏତିକି ନୁହେଁ ଏହି ବୋର୍ଡର କର୍ମକର୍ତ୍ତାମାନଙ୍କୁ ଯିବା ପାଇଁ ବିଜିନେସ୍ କ୍ଲାସ୍ ଟିକେଟ ଦିଆଯିବ। କର୍ମକର୍ତ୍ତାଙ୍କ ଭତ୍ତା ବୃଦ୍ଧିକୁ ବିସିସିଆଇ ଆପେକ୍ସ କାଉନସିଲ ବୈଠକର ଅନୁମୋଦନ ମିଳିଛି। ପାଖାପାଖି ୭ ବର୍ଷ ପରେ କର୍ମକର୍ତ୍ତାମାନଙ୍କର ବର୍ଦ୍ଧିତ ଭତ୍ତାକୁ ନିୟମରେ ସଂଶୋଧନ କରାଯାଇଛି। ପୂର୍ବରୁ ବିସିସିଆଇର କର୍ମକର୍ତ୍ତାମାନଙ୍କୁ ବିଦେଶ ଗସ୍ତ ବେଳେ ଦିନ ପିଛା ୭୫୦ ଡଲାର ଭତ୍ତା […]

Samaya Live Picture
Published On

ମୁମ୍ବାଇ: ବିସିସିଆଇର କର୍ମକର୍ତ୍ତାମାନେ ବିଦେଶ ଗସ୍ତରେ ଗଲେ ଏଣିକି ଦିନ ପିଛା ୧ହଜାର ଡଲାର ଭତ୍ତା ମିଳିବ। କେବଳ ଏତିକି ନୁହେଁ ଏହି ବୋର୍ଡର କର୍ମକର୍ତ୍ତାମାନଙ୍କୁ ଯିବା ପାଇଁ ବିଜିନେସ୍ କ୍ଲାସ୍ ଟିକେଟ ଦିଆଯିବ। କର୍ମକର୍ତ୍ତାଙ୍କ ଭତ୍ତା ବୃଦ୍ଧିକୁ ବିସିସିଆଇ ଆପେକ୍ସ କାଉନସିଲ ବୈଠକର ଅନୁମୋଦନ ମିଳିଛି। ପାଖାପାଖି ୭ ବର୍ଷ ପରେ କର୍ମକର୍ତ୍ତାମାନଙ୍କର ବର୍ଦ୍ଧିତ ଭତ୍ତାକୁ ନିୟମରେ ସଂଶୋଧନ କରାଯାଇଛି। ପୂର୍ବରୁ ବିସିସିଆଇର କର୍ମକର୍ତ୍ତାମାନଙ୍କୁ ବିଦେଶ ଗସ୍ତ ବେଳେ ଦିନ ପିଛା ୭୫୦ ଡଲାର ଭତ୍ତା ମିଳୁଥିଲା। ନୂଆ ନିୟମ ଆସିବା ପରେ କର୍ମକର୍ତ୍ତାମାନଙ୍କୁ ଭାରତ ଭିତରେ କୌଣସି ବୈଠକରେ ଯୋଗଦେବାକୁ ଗଲେ ବିଜିନେସ୍ କ୍ଲାସ୍ ଟିକେଟ ସହିତ ଦୈନିକ ୪୦ ହଜାର ଟଙ୍କା ଭତ୍ତା ମିଳିବ। ଏହାବାଦ୍ କୌଣସି ଅଫିସିଆଲ୍ କାମରେ ଦେଶ ଭିତରେ ଭ୍ରମଣ କରୁଥିଲେ ଦୈନିକ ୩୦ ହଜାର ଟଙ୍କା ଭତ୍ତା ମିଳିବ ବୋଲି ଜଣାପଡ଼ିଛି। ବିଦେଶ ହେଉ କିମ୍ବା ଭାରତରେ କର୍ମକର୍ତ୍ତମାନଙ୍କ ରହଣୀ ପାଇଁ ହୋଟେଲ୍ରେ ସୁଇଟ୍ ବୁକ୍ କରିପାରିବେ। ଆଇପିଏଲ୍ ଅଧ୍ୟକ୍ଷଙ୍କ ମଧ୍ୟ ବିସିସିଆଇ କର୍ମକର୍ତ୍ତାଙ୍କ ପରି ସମାନ ପରିମାଣର ସୁବିଧା ସୁଯୋଗ ପାଇବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଆପେକ୍ସ କାଉନସିଲ୍ ସଦସ୍ୟଙ୍କୁ ବୋର୍ଡ ବୈଠକ ବେଳେ ଦିନ ପିଛା ୪୦ ହଜାର ଟଙ୍କା ଏବଂ ବିଦେଶ ଗସ୍ତ ବେଳେ ଦିନ ପିଛା ୫୦୦ ଡଲାର ଭତ୍ତା ମିଳିବ। ସେହିପରି ବିସିସିଆଇ ତାହାର ସଦସ୍ୟ ରାଜ୍ୟଗୁଡ଼ିକୁ ମିଳୁଥିବା ଭତ୍ତାରେ ମଧ୍ୟ ପରିବର୍ତ୍ତନ କରିଛି।

Tags: