ଆନ୍ତର୍ଜାତିକ ଫୁଟବଲ୍‌ରୁ ଅବସର ଘୋଷଣା କଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍‌ ଖେଳାଳି ସୁନୀଲ ଛେତ୍ରୀ ଆନ୍ତର୍ଜାତିକ ଫୁଟ୍ବଲ୍ରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଜୁନ୍ ୬ ତାରିଖରେ କୁଏତ୍ ବିପକ୍ଷରେ ଭାରତର ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ସେ ଏହି ଅବସର ବିଷୟରେ ଘୋଷଣା କରିଥିଲେ। ଆନ୍ତର୍ଜାତିକ ଫୁଟ୍ବଲ୍ ଛାଡ଼ିଥିଲେ ମଧ୍ୟ କ୍ଲବ୍ ସ୍ତରରେ ଖେଳିବା ଜାରି ରଖିିବେ ବୋଲି ସେ କହିଛନ୍ତି। ୨୦୦୫ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍‌ ଖେଳାଳି ସୁନୀଲ ଛେତ୍ରୀ ଆନ୍ତର୍ଜାତିକ ଫୁଟ୍ବଲ୍ରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଜୁନ୍ ୬ ତାରିଖରେ କୁଏତ୍ ବିପକ୍ଷରେ ଭାରତର ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ସେ ଏହି ଅବସର ବିଷୟରେ ଘୋଷଣା କରିଥିଲେ। ଆନ୍ତର୍ଜାତିକ ଫୁଟ୍ବଲ୍ ଛାଡ଼ିଥିଲେ ମଧ୍ୟ କ୍ଲବ୍ ସ୍ତରରେ ଖେଳିବା ଜାରି ରଖିିବେ ବୋଲି ସେ କହିଛନ୍ତି। ୨୦୦୫ ଜୁନ୍ ୧୨ ତାରିଖରେ ପାକିସ୍ତାନ ବିପକ୍ଷରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଛେତ୍ରୀ ବର୍ତ୍ତମାନସୁଦ୍ଧା ବିଶ୍ବର ସକ୍ରିୟ ଅଗ୍ରଣୀ ଗୋଲ୍ ସ୍କୋରରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି। ୧୫୦ ମ୍ୟାଚ୍ରୁ ଛେତ୍ରୀ ୯୪ ଗୋଲ୍ ଦେଇ ଭାରତର ସର୍ବକାଳୀନ ମହାନ ଖେଳାଳି ବିବେଚିତ ହୋଇଛନ୍ତି। ସକ୍ରିୟ ଖେଳାଳିଙ୍କ ମଧ୍ୟରୁ ଆର୍ଜେଣ୍ଟିନାର ଲିଓନେଲ୍ ମେସି (୧୦୬ ଗୋଲ୍, ୧୮୦ ମ୍ୟାଚ୍) ଓ ପର୍ତ୍ତୁଗାଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୨୮ ଗୋଲ୍, ୨୦୫ ମ୍ୟାଚ୍) ତାଙ୍କ ଉପରକୁ ଅଛନ୍ତି। ଏପରିକି ଭାରତ ପାଇଁ ମଧ୍ୟ ସବୁଠୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍ ଛେତ୍ରୀ ହିଁ ଖେଳିଛନ୍ତି। ୨୦୦୮ ଏଏଫ୍ସି ଚ୍ୟାଲେଞ୍ଜ କପ୍, ୨୦୧୧ ଓ ୨୦୧୫ ସାଫ୍ ଚାମ୍ପିଅନ୍ସିପ୍, ୨୦୦୭, ୨୦୦୯ ଓ ୨୦୧୨ ନେହରୁ କପ୍ ଏବଂ ୨୦୧୭ ଓ ୨୦୧୮ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ରେ ଭାରତକୁ ସେ ବିଜେତା କରାଇଥିଲେ। ତାଙ୍କ ନେତୃତ୍ବରେ ଭାରତ ୫ ବର୍ଷ ପରେ ୨୦୨୩ରେ ଶୀର୍ଷ ୧୦୦ ମାନ୍ୟତା ଛୁଇଁପାରିଥିଲା। ୭ଥର ପାଇଁ ସେ ଏଆଇଏଫ୍ଏଫ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ୨୦୧୧ରେ ଅର୍ଜୁନ ପୁରସ୍କାର ଓ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି।

Tags: