ଆନ୍ତର୍ଜାତିକ ଦିନିକିଆରେ ୧୦୦ ୱିକେଟ୍ ମାଇଲ୍ଖୁଣ୍ଟରେ ପହଞ୍ଚିଲେ ଆଫ୍ରିଦି

କୋଲକାତା: ବଂଲାଦେଶ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ପାକିସ୍ତାନୀ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦି ଆନ୍ତର୍ଜାତିକ ଦିନିକିଆରେ ୧୦୦ ୱିକେଟ୍ ଅକ୍ତିଆର କରିଛନ୍ତି। ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟର୍ ତାଂଜିଦ ହାସନଙ୍କୁ ମ୍ୟାଚ୍ର ପଞ୍ଚମ ବଲ୍ରେ ଏଲ୍ବିଡବ୍ଲୁ କରି ଆଫ୍ରିଦି ଉକ୍ତ ମାଇଲ୍ଖୁଣ୍ଟରେ ପହଞ୍ଚିଥିଲେ। ସାହିନ ଏହି ମ୍ୟାଚ୍ରେ ୯ ଓଭର ବୋଲିଂ କରିଥିଲା ବେଳେ ୨୩ ରନ୍ ବିନିମୟରେ ୩ ୱିକେଟ୍ ଅକ୍ତିଆର କରିଥିଲେ। ଏହି ମାଇଲ୍ଖୁଣ୍ଟରେ ପହଞ୍ଚିବାକୁ ତାଙ୍କୁ ୫୧ ମ୍ୟାଚ୍ ଖେଳିବାକୁ ପଡ଼ିଛି। ଏବେ […]

Samaya Live Picture
Published On

କୋଲକାତା: ବଂଲାଦେଶ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ପାକିସ୍ତାନୀ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦି ଆନ୍ତର୍ଜାତିକ ଦିନିକିଆରେ ୧୦୦ ୱିକେଟ୍ ଅକ୍ତିଆର କରିଛନ୍ତି। ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟର୍ ତାଂଜିଦ ହାସନଙ୍କୁ ମ୍ୟାଚ୍ର ପଞ୍ଚମ ବଲ୍ରେ ଏଲ୍ବିଡବ୍ଲୁ କରି ଆଫ୍ରିଦି ଉକ୍ତ ମାଇଲ୍ଖୁଣ୍ଟରେ ପହଞ୍ଚିଥିଲେ। ସାହିନ ଏହି ମ୍ୟାଚ୍ରେ ୯ ଓଭର ବୋଲିଂ କରିଥିଲା ବେଳେ ୨୩ ରନ୍ ବିନିମୟରେ ୩ ୱିକେଟ୍ ଅକ୍ତିଆର କରିଥିଲେ। ଏହି ମାଇଲ୍ଖୁଣ୍ଟରେ ପହଞ୍ଚିବାକୁ ତାଙ୍କୁ ୫୧ ମ୍ୟାଚ୍ ଖେଳିବାକୁ ପଡ଼ିଛି। ଏବେ ସେ ୧୦୦ ୱିକେଟ୍ କ୍ଲବ୍ରେ ୨୧ତମ ପାକିସ୍ତାନୀ ଖେଳାଳି ହୋଇଛନ୍ତି। ମହାନ ବୋଲର ୱାସିମ ଆକ୍ରମ ୩୫୬ ମ୍ୟାଚ୍ରୁ ୫୦୨ ୱିକେଟ୍ ନେଇ ଏହି ତାଲିକାରେ ଶ୍ରେଷ୍ଠ ପାକିସ୍ତାନୀ ବୋଲର ଖ୍ୟାତି ବହନ କରୁଛନ୍ତି। ସାହିନ ୨୦୧୮ ଏସିଆ କପ୍ରେ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ସେବେଠାରୁ ସେ ନିୟମିତ ଭାବେ ପାକିସ୍ତାନ ପାଇଁ ୱିକେଟ୍ ବାହର କରୁଥିବାରୁ ଆଗଧାଡ଼ିର ବୋଲର ମାନ୍ୟତା ପାଇଛନ୍ତି।

Tags: