ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ରନରେ କୋହଲିଙ୍କୁ ଟପିଲେ ବେଟ୍ସ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ତାରକା ମହିଳା କ୍ରିକେଟର୍ ସୁଜି ବେଟ୍ସ ରବିବାର ଇତିହାସ ରଚିଛନ୍ତି। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ କରିବାରେ ସେ ଭାରତୀୟ ପୁରୁଷ କ୍ରିକେଟର୍ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ବେଟ୍ସ ୧୪୯ ଟ୍ବେଣ୍ଟି-୨୦ ଖେଳି ୨୯.୭୮ ହାରରେ ୪୦୨୧ ରନ୍ କରିଛନ୍ତି। ଏଥିରେ ୨୬ ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଛି। ବିରାଟ କୋହଲି ୧୧୫ ମ୍ୟାଚରୁ ୫୨.୭୩ ହାରରେ ୪୦୦୮ ରନ୍ କରିଛନ୍ତି। ଏଥିରେ ୩୭ ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଛି। […]
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ତାରକା ମହିଳା କ୍ରିକେଟର୍ ସୁଜି ବେଟ୍ସ ରବିବାର ଇତିହାସ ରଚିଛନ୍ତି। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ କରିବାରେ ସେ ଭାରତୀୟ ପୁରୁଷ କ୍ରିକେଟର୍ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ବେଟ୍ସ ୧୪୯ ଟ୍ବେଣ୍ଟି-୨୦ ଖେଳି ୨୯.୭୮ ହାରରେ ୪୦୨୧ ରନ୍ କରିଛନ୍ତି। ଏଥିରେ ୨୬ ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଛି। ବିରାଟ କୋହଲି ୧୧୫ ମ୍ୟାଚରୁ ୫୨.୭୩ ହାରରେ ୪୦୦୮ ରନ୍ କରିଛନ୍ତି। ଏଥିରେ ୩୭ ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ରବିବାର ମ୍ୟାଚ୍ରେ ବେଟ୍ସ ୪୫ ରନ୍ର ପାଳି ଖେଳି କୋହଲିଙ୍କୁ ଟପି ଯାଇଥିଲେ। ମହିଳା କ୍ରିକେଟ୍ରେ ସର୍ବାଧିକ ରନ୍ରେ ବେଟ୍ସଙ୍କ ପଛକୁ ଅଷ୍ଟ୍ରେଲିଆ ଅଧିନାୟିକା ମେଗ ଲାନିଂ ରହିଛନ୍ତି। ଲାନିଂ ୧୩୨ ମ୍ୟାଚ୍ରୁ ୩୬.୬୧ ହାରରେ ୨ ଶତକ ଓ ୧୫ ଅର୍ଦ୍ଧଶତକ ସହାୟତାରେ ୩୪୦୫ ରନ୍ କରିଛନ୍ତି।




