ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମାନ୍ୟତାରେ ଦୀପେନ୍ଦ୍ରଙ୍କ ବଡ଼ ଲମ୍ପ

ନୂଆଦିଲ୍ଲୀ: ନେପାଳର ଅଲରାଉଣ୍ଡର ଦୀପେନ୍ଦ୍ର ସିଂହ ଐରି ଏବେ ନିଜ ପ୍ରଦର୍ଶନ ବଳରେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଚହଳ ପକାଇଲେଣି। ଏସୀୟ କ୍ରୀଡ଼ାରେ ଦ୍ରୁତ ଅର୍ଦ୍ଧଶତକ ସହ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ବରେ ଚର୍ଚ୍ଚିତ ଖେଳାଳି ପାଲଟିଯାଇଛନ୍ତି ଦୀପେନ୍ଦ୍ର। କତର ବିପକ୍ଷରେ ୩୦ ବଲ୍ରୁ ୬୪* ରନ୍ ପାଇଁ ସେ ଏବେ ଟ୍ବେଣ୍ଟି-୨୦ କ୍ରିକେଟ୍ ଅଲରାଉଣ୍ଡର୍ ମାନ୍ୟତାରେ ଶୀର୍ଷ ୧୦ ନିକଟତର ହୋଇଛନ୍ତି। ନିକଟରେ ପ୍ରକାଶିତ ମାନ୍ୟତା ତାଲିକାରେ ଦୀପେନ୍ଦ୍ର ୧୪ଟି ସ୍ଥାନ ଉପରକୁ ଉଠି […]

Samaya Live Picture
Published On

ନୂଆଦିଲ୍ଲୀ: ନେପାଳର ଅଲରାଉଣ୍ଡର ଦୀପେନ୍ଦ୍ର ସିଂହ ଐରି ଏବେ ନିଜ ପ୍ରଦର୍ଶନ ବଳରେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଚହଳ ପକାଇଲେଣି। ଏସୀୟ କ୍ରୀଡ଼ାରେ ଦ୍ରୁତ ଅର୍ଦ୍ଧଶତକ ସହ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ବରେ ଚର୍ଚ୍ଚିତ ଖେଳାଳି ପାଲଟିଯାଇଛନ୍ତି ଦୀପେନ୍ଦ୍ର। କତର ବିପକ୍ଷରେ ୩୦ ବଲ୍ରୁ ୬୪* ରନ୍ ପାଇଁ ସେ ଏବେ ଟ୍ବେଣ୍ଟି-୨୦ କ୍ରିକେଟ୍ ଅଲରାଉଣ୍ଡର୍ ମାନ୍ୟତାରେ ଶୀର୍ଷ ୧୦ ନିକଟତର ହୋଇଛନ୍ତି। ନିକଟରେ ପ୍ରକାଶିତ ମାନ୍ୟତା ତାଲିକାରେ ଦୀପେନ୍ଦ୍ର ୧୪ଟି ସ୍ଥାନ ଉପରକୁ ଉଠି ଏବେ ଏକାଦଶ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ଭାରତରୁ କେବଳ ହାର୍ଦିକ ପାଣ୍ଡ୍ୟା ଏକମାତ୍ର ଖେଳାଳି ଭାବେ ସପ୍ତମ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବ୍ୟାଟର୍ଙ୍କ ମାନ୍ୟତାରେ ଦୀପେନ୍ଦ୍ର ୧୬ଟି ସ୍ଥାନରେ ଉନ୍ନତି ଦେଖାଇ ୬୧ରେ ପହଞ୍ଚିଛନ୍ତି।

Tags: