ଆନ୍ତର୍ଜାତିକ କ୍ରିକେଟ୍ରୁ ଲାହିରୁ ଥିରିମାନେଙ୍କ ଅବସର

କଲମ୍ବୋ: ଶ୍ରୀଲଙ୍କା ବ୍ୟାଟର୍ ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଛନ୍ତି। ୧୨ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍ ଜୀବନରେ ୩୩ ବର୍ଷୀୟ ଥିରିମାନେ ୪୪ ଟେଷ୍ଟ୍, ୧୨୭ ଦିନିକିଆ, ୨୬ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୧୦ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଥିରିମାନେ ୩ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବା ସହ ୨୦୧୪ରେ ଦଳକୁ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏଥିସହ ସେ ୨ଟି ଏକଦିବସୀୟ ବିଶ୍ବକପ୍ରେ ଶ୍ରୀଲଙ୍କାର ପ୍ରତିନିଧିତ୍ବ କରିଛନ୍ତି। ସେ ମଧ୍ୟ ୫ଟି ଦିନିକିଆରେ ନିଜ […]

Samaya Live Picture
Published On

କଲମ୍ବୋ: ଶ୍ରୀଲଙ୍କା ବ୍ୟାଟର୍ ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଛନ୍ତି। ୧୨ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍ ଜୀବନରେ ୩୩ ବର୍ଷୀୟ ଥିରିମାନେ ୪୪ ଟେଷ୍ଟ୍, ୧୨୭ ଦିନିକିଆ, ୨୬ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୧୦ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଥିରିମାନେ ୩ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବା ସହ ୨୦୧୪ରେ ଦଳକୁ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏଥିସହ ସେ ୨ଟି ଏକଦିବସୀୟ ବିଶ୍ବକପ୍ରେ ଶ୍ରୀଲଙ୍କାର ପ୍ରତିନିଧିତ୍ବ କରିଛନ୍ତି। ସେ ମଧ୍ୟ ୫ଟି ଦିନିକିଆରେ ନିଜ ଦେଶର ନେତୃତ୍ବ ଭାର ନେଇଛନ୍ତି। ୨୦୨୨ରେ ଭାରତ ବିପକ୍ଷରେ ବେଙ୍ଗାଲୁରୁରେ ସେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।

Tags: