ଆଣ୍ଡି ଫ୍ଲାୱାର ଆର୍ସିବିର ନୂଆ ମୁଖ୍ୟ ପ୍ରଶିକ୍ଷକ
ବେଙ୍ଗାଲୁରୁ: ଜିମ୍ବାୱେର ପୂର୍ବତନ କ୍ରିକେଟର୍ ଆଣ୍ଡି ଫ୍ଲାୱାର ଆଇପିଏଲ୍ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଚଳିତ ବର୍ଷ ଆଇପିଏଲ୍ ପ୍ଲେ ଅଫ୍ରୁ ଆର୍ସିବି ବଞ୍ଚିତ ହେବା ପରେ ଦଳ ପକ୍ଷରୁ ନୂଆ ପ୍ରଶିକ୍ଷକ ଖୋଜାଯାଉଥିଲା। ଫଳରେ ସଂଜୟ ବାଙ୍ଗରଙ୍କୁ ହଟାଯାଇ ଏବେ ଆଣ୍ଡିଙ୍କ ସହ ଆର୍ସିବି ତିନି ବର୍ଷିୟା ଚୁକ୍ତି କରିଛି। ଦଳ ସହିତ ଯୋଡ଼ି ହେବା ପରେ ଅଧିନାୟକ ଫାଫ୍ ଡୁପ୍ଲେସିସ୍ଙ୍କ ସହ ଆଲୋଚନା କରି ପରବର୍ତ୍ତୀ […]
ବେଙ୍ଗାଲୁରୁ: ଜିମ୍ବାୱେର ପୂର୍ବତନ କ୍ରିକେଟର୍ ଆଣ୍ଡି ଫ୍ଲାୱାର ଆଇପିଏଲ୍ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଚଳିତ ବର୍ଷ ଆଇପିଏଲ୍ ପ୍ଲେ ଅଫ୍ରୁ ଆର୍ସିବି ବଞ୍ଚିତ ହେବା ପରେ ଦଳ ପକ୍ଷରୁ ନୂଆ ପ୍ରଶିକ୍ଷକ ଖୋଜାଯାଉଥିଲା। ଫଳରେ ସଂଜୟ ବାଙ୍ଗରଙ୍କୁ ହଟାଯାଇ ଏବେ ଆଣ୍ଡିଙ୍କ ସହ ଆର୍ସିବି ତିନି ବର୍ଷିୟା ଚୁକ୍ତି କରିଛି। ଦଳ ସହିତ ଯୋଡ଼ି ହେବା ପରେ ଅଧିନାୟକ ଫାଫ୍ ଡୁପ୍ଲେସିସ୍ଙ୍କ ସହ ଆଲୋଚନା କରି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ଦିଆଯାଇଛି। ଏହାବ୍ୟତୀତ ଆସନ୍ତା କିଛି ମାସ ମଧ୍ୟରେ ନିର୍ଦ୍ଦେଶକ (କ୍ରିକେଟ୍ ଅପରେସନ୍ସ) ପଦବି ପାଇଁ ନୂଆ ନିଯୁକ୍ତି ଦିଆଯିବ। ପୂର୍ବରୁ ଏହି ପଦବିରେ ମାଇକ୍ ହାସନ୍ କାର୍ଯ୍ୟ କରୁଥିଲେ। ନୂଆ ନିର୍ଦ୍ଦେଶକ ଆସିବା ପରେ ବିଶେଷଜ୍ଞ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି ଆର୍ସିବି ଉପସଭାପତି ରାଜେଶ ମେନନ୍ ସୂଚନା ଦେଇଛନ୍ତି।। ପୂର୍ବରୁ ନିୟୋଜିତ ଥିବା ବୋଲିଂ ପ୍ରଶିକ୍ଷକ ଆଦାମ୍ ଗ୍ରିଫିଥ୍ସ, ସହକାରୀ ପ୍ରଶିକ୍ଷକ ଏସ୍ ଶ୍ରୀରାମ ଏବଂ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ମାଲୋଲାନ୍ ରଙ୍ଗରାଜନଙ୍କ ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷର ଆଇପିଏଲ୍ରେ ଆଣ୍ଡି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧିନରେ ଲକ୍ଷ୍ନୌ ଲଗାତାର ପ୍ଲେ ଅଫ୍ରେ ଖେଳିଥିଲା। ଗତ ଜୁଲାଇରେ ତାଙ୍କୁ ହଟାଯାଇ ଜଷ୍ଟିନ୍ ଲାଙ୍ଗର୍ଙ୍କୁ ନୂଆ ପ୍ରଶିକ୍ଷକ ଭାବେ ଲକ୍ଷ୍ନୌ ନିଯୁକ୍ତି ଦେଇଥିଲା। ପୂର୍ବରୁ ଆଣ୍ଡି ପଞ୍ଜାବ କିଙ୍ଗ୍ସ ସହିତ ମଧ୍ୟ କାମ କରିଛନ୍ତି।




