ଆଣ୍ଠୁରେ ଆଘାତ ଯୋଗୁଁ ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ୱିଲିୟମସନ୍‌

ଅହମଦାବାଦ: ଗୁଜୁରାଟ ଟାଇଟନ୍ସ ବ୍ୟାଟର କେନ୍‌ ୱିଲିୟମସନ୍‌ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ସହ ହୋଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ ଅବସରରେ ବାଉଣ୍ଡରୀରେ ଏକ କ୍ୟାଚ୍‌ ନେବାକୁ ଯାଇ ୱିଲିୟମସନ୍‌ ଜମ୍ପ୍‌ କରିଥିଲେ। ଋତୁରାଜ ଗାଏକ୍ବାଡଙ୍କ ବ୍ୟାଟ୍‌ରୁ ବାହାରିଥିବା ଏକ ନିଶ୍ଚିତ ଛକାକୁ ସେ ‌ଅଟକାଇଥିଲେ। ପରେ ତାଙ୍କ ଆଣ୍ଠୁରେ ଜୋର୍‌ରେ ଆଘାତ ଲାଗିଥିବା ଦେଖାଯାଇଥିଲା। ଏପରିକି ‌ସେ ଚାଲିପାରୁନଥିବାରୁ ତାଙ୍କୁ ଟେକିଟେକି ଡ୍ରେସିଂ ରୁମ୍‌କୁ ନିଆଯାଇଥିଲା। ତାଙ୍କ ସ୍ଥାନରେ ବି ସାଇ ସୁଦର୍ଶନ ବଦଳ […]

Samaya Live Picture
Published On

ଅହମଦାବାଦ: ଗୁଜୁରାଟ ଟାଇଟନ୍ସ ବ୍ୟାଟର କେନ୍‌ ୱିଲିୟମସନ୍‌ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ସହ ହୋଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ ଅବସରରେ ବାଉଣ୍ଡରୀରେ ଏକ କ୍ୟାଚ୍‌ ନେବାକୁ ଯାଇ ୱିଲିୟମସନ୍‌ ଜମ୍ପ୍‌ କରିଥିଲେ। ଋତୁରାଜ ଗାଏକ୍ବାଡଙ୍କ ବ୍ୟାଟ୍‌ରୁ ବାହାରିଥିବା ଏକ ନିଶ୍ଚିତ ଛକାକୁ ସେ ‌ଅଟକାଇଥିଲେ। ପରେ ତାଙ୍କ ଆଣ୍ଠୁରେ ଜୋର୍‌ରେ ଆଘାତ ଲାଗିଥିବା ଦେଖାଯାଇଥିଲା। ଏପରିକି ‌ସେ ଚାଲିପାରୁନଥିବାରୁ ତାଙ୍କୁ ଟେକିଟେକି ଡ୍ରେସିଂ ରୁମ୍‌କୁ ନିଆଯାଇଥିଲା। ତାଙ୍କ ସ୍ଥାନରେ ବି ସାଇ ସୁଦର୍ଶନ ବଦଳ ଖେଳାଳି ଭାବେ ‌ଫଲ୍ଡିଂ କରିଥିଲେ। ଆସନ୍ତା ସପ୍ତାହରେ ସେ ନ୍ୟୁଜିଲାଣ୍ଡ ଫେରିଯିବ‌େ। ସେଠାରେ ଡାକ୍ତରଙ୍କ ପରାମର୍ଶ କରିବା ପରେ ପରବର୍ତ୍ତୀ ଚିକିତ୍ସା ଆରମ୍ଭ ହେବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ସେ କହୁଣୀ ଆଘାତରୁ ସୁସ୍ଥ ହୋଇ କ୍ରିକେଟ୍‌କୁ ଫେରିଥିଲେ। ତେବେ ସେ କେତେ ଦିନ ପର୍ଯ୍ୟନ୍ତ କ୍ରିକେଟ୍‌ଠୁ ଦୂରେଇ ରହିବ‌େ ତାହାକୁ ଦେଖିବାକୁ ହେବ।

Tags: