ଆଜି ସନରାଇଜର୍ସ ହାଇଦ୍ରାବାଦ-ମୁମ୍ବାଇ ଇଣ୍ଡିଆନସ ମୁକାବିଲା

ହାଇଦ୍ରାବାଦ: ୫ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ବଜାୟ ରଖିବା ଲାଗି ମଙ୍ଗଳବାର ହାଇଦ୍ରାବାଦରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏଁ ପରାଜୟ ପରେ ଲଗାତାର ୨ ଲେଖାଏଁ ବିଜୟ ପାଇଛନ୍ତି। ଉଭୟ ଦଳ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ମୁମ୍ବାଇ ରନ୍ ରେଟ୍ରେ ଆଗରେ ରହି ଟେବୁଲର ଅଷ୍ଟମ ଏବଂ ହାଇଦ୍ରାବାଦ ନବମରେ ରହିଛି। ପ୍ରଥମ ଦୁଇ ମ୍ୟାଚ୍ରେ ସଂଘର୍ଷ କରିଥିବା ମୁମ୍ବାଇ ଦଳରେ […]

Samaya Live Picture
Published On

ହାଇଦ୍ରାବାଦ: ୫ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ବଜାୟ ରଖିବା ଲାଗି ମଙ୍ଗଳବାର ହାଇଦ୍ରାବାଦରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏଁ ପରାଜୟ ପରେ ଲଗାତାର ୨ ଲେଖାଏଁ ବିଜୟ ପାଇଛନ୍ତି। ଉଭୟ ଦଳ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ମୁମ୍ବାଇ ରନ୍ ରେଟ୍ରେ ଆଗରେ ରହି ଟେବୁଲର ଅଷ୍ଟମ ଏବଂ ହାଇଦ୍ରାବାଦ ନବମରେ ରହିଛି। ପ୍ରଥମ ଦୁଇ ମ୍ୟାଚ୍ରେ ସଂଘର୍ଷ କରିଥିବା ମୁମ୍ବାଇ ଦଳରେ ଏବେ ସୁନ୍ଦର ସନ୍ତୁଳନ ଦେଖିବାକୁ ମିଳିଛି। ତିଲକ ବର୍ମା ଭଲ କରୁଥିଲା ବେଳେ କାମେରୁନ୍ ଗ୍ରିନ ଓ ଟିମ୍ ଡେଭିଡଙ୍କ ପ୍ରଦର୍ଶନ ମଧ୍ୟ ଠିକ୍ ରହୁଛି। ବୋଲିଂରେ ଅଭିଜ୍ଞ ପୀୟୂଷ ଚାୱଲାଙ୍କ ସହ ହ୍ରିତିକ ସୋକିନ ସ୍ପିନ୍ରେ ବିପକ୍ଷ ବ୍ୟାଟର୍କୁ ବାନ୍ଧି ରଖିପାରୁଛନ୍ତି। ଅନ୍ୟପକ୍ଷରେ ହାଇଦ୍ରାବାଦକୁ ଗତ ଦୁଇ ମ୍ୟାଚ୍ରେ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିବା ହାରି ବ୍ରୁକ୍ ଓ ଅଭିଷେକ ତ୍ରିପାଠୀ ନୂଆ ହିରୋ ଭାବେ ଉଭା ହୋଇଛନ୍ତି। ବୋଲିଂରେ ମୟଙ୍କ ମାର୍କଣ୍ଡେ ଦଳର ସର୍ବୋଚ୍ଚ ୱିକେଟ୍ ହାସଲକାରୀ ହୋଇଥିଲା ବେଳେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ ଓ ଭୁବନେଶ୍ବର କୁମାର ମଧ୍ୟ ବିପକ୍ଷ ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇପାରନ୍ତି।

Tags: