ଆଜି ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବେ ସୁନୀଲ ଛେତ୍ରୀ`

କୋଲ୍କାତା: ଭାରତୀୟ ଫୁଟ୍ବଲ୍ର ତାରକା ଖେଳାଳି ସୁନୀଲ ଛେତ୍ରୀ ଗୁରୁବାର ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। କୋଲ୍କାତାସ୍ଥିତ ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଫିଫା ବିଶ୍ବକପ୍ କ୍ବାଲିଫାୟର୍ସ ରାଉଣ୍ଡ-୨ର ଏକ ମ୍ୟାଚ୍ରେ ଭାରତ ମୁକାବିଲା କୁଏତ ସହିତ ହେବ। ଗତ ମାସରେ ଛେତ୍ରୀ ଏହି ମ୍ୟାଚ୍ ପରେ ଅବସର ନେବା ନେଇ ଘୋଷଣା କରିଥିଲେ। ତେଣୁ ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ସହ ଛେତ୍ରୀଙ୍କୁ ବିଜୟ ଉପହାର ସହ ବିଦାୟୀ ସମ୍ବର୍ଦ୍ଧନା […]

Samaya Live Picture
Published On

କୋଲ୍କାତା: ଭାରତୀୟ ଫୁଟ୍ବଲ୍ର ତାରକା ଖେଳାଳି ସୁନୀଲ ଛେତ୍ରୀ ଗୁରୁବାର ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। କୋଲ୍କାତାସ୍ଥିତ ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଫିଫା ବିଶ୍ବକପ୍ କ୍ବାଲିଫାୟର୍ସ ରାଉଣ୍ଡ-୨ର ଏକ ମ୍ୟାଚ୍ରେ ଭାରତ ମୁକାବିଲା କୁଏତ ସହିତ ହେବ। ଗତ ମାସରେ ଛେତ୍ରୀ ଏହି ମ୍ୟାଚ୍ ପରେ ଅବସର ନେବା ନେଇ ଘୋଷଣା କରିଥିଲେ। ତେଣୁ ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ସହ ଛେତ୍ରୀଙ୍କୁ ବିଜୟ ଉପହାର ସହ ବିଦାୟୀ ସମ୍ବର୍ଦ୍ଧନା ଦେବା ଲକ୍ଷ୍ୟରେ ରହିଛି ଭାରତ। ଅନ୍ୟପକ୍ଷରେ ରାଉଣ୍ଡ-୩ରେ ଖେଳିବା ଅଶା ଉଜ୍ଜୀବିତ ଲାଗି ଦଳ ପାଇଁ ଏହି ମ୍ୟାଚ୍ ଜିତିବା ଗୁରୁତ୍ବପୂର୍ଣ୍ଣ ରହିଛି। ୧୯ ବର୍ଷ ଅନ୍ତର୍ଜାତୀୟ ଖେଳ ଜୀବନର ଶେଷ ମ୍ୟାଚ୍ରେ ଛେତ୍ରୀ ଦଳକୁ ଜିତାଇ ପ୍ରଥମ ଥର ବିଶ୍ବକପ୍ କ୍ବାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇବା ଆଶାରେ ଅଛନ୍ତି। କୁଏତ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିଥିବା ଭାରତ ଘରୋଇ ପଡ଼ିଆରେ ଖେଳୁଥିବାର ପଲ୍ଲା ଭାରୀ ରଖିଛି। ରାଉଣ୍ଡ-୨ରେ ୪ଟି ଲେଖାଏଁ ଦଳକୁ ନେଇ ୯ଟି ଗ୍ରୁପ୍ ରହିଛି। ପ୍ରତିଗ୍ରୁପ୍ର ଶୀର୍ଷ ଦୁଇ ଦଳ ରାଉଣ୍ଡ-୩ରେ ପହଞ୍ଚିବେ। ସଂପ୍ରତି ଭାରତ ୪ ମ୍ୟାଚ୍ ଖେଳି ୧ ଲେଖାଏଁ ବିଜୟ ଓ ଅମୀମାଂସିତ ଏବଂ ୨ ପରାଜୟରୁ ୪ ପଏଣ୍ଟ ସହ କତର (୧୨) ପଛକୁ ଦ୍ବିତୀୟ ସ୍ଥାନରେ ରହିଛି।

Tags: