ଆଜି ଲକ୍ଷେ୍ୗ ସୁପର ଜାଏଣ୍ଟସ୍କୁ ଭେଟିବ ପଞ୍ଜାବ କିଙ୍ଗ୍ସ
ମୋହାଲି: ଆଜି ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ପଞ୍ଜାବ କିଙ୍ଗ୍ସ ମୋହାଲିରେ ମୁହାଁମୁହିଁ ହେବେ। ଶନିବାର ଗୁଜରାଟ ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ଲକ୍ଷ୍ନୌ ୧୩୬ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରି ନପାରି ହାରି ଯାଇଥିଲା। ଅଧିନାୟକ କେଏଲ୍ ରାହୁଲ (୬୮) ଅର୍ଦ୍ଧଶତକ ଜମାଇଥିଲେ ମଧ୍ୟ ଧିମା ବ୍ୟାଟିଂ କରିବାରୁ ବିଜୟ ଲାଗି ରନ୍ରେଟ୍ ବଢ଼ି ଯାଇଥିଲା। ଫଳରେ ଦଳ ୭ ରନ୍ରେ ପଛରେ ପଡ଼ିଯାଇଥିଲା। ଏପର୍ଯ୍ୟନ୍ତ ମୋହାଲିର ପିସିଏ ଷ୍ଟାଡିୟମରେ ୨୦୦ ରନ୍ ଦେଖିବାକୁ […]
ମୋହାଲି: ଆଜି ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ପଞ୍ଜାବ କିଙ୍ଗ୍ସ ମୋହାଲିରେ ମୁହାଁମୁହିଁ ହେବେ। ଶନିବାର ଗୁଜରାଟ ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ଲକ୍ଷ୍ନୌ ୧୩୬ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରି ନପାରି ହାରି ଯାଇଥିଲା। ଅଧିନାୟକ କେଏଲ୍ ରାହୁଲ (୬୮) ଅର୍ଦ୍ଧଶତକ ଜମାଇଥିଲେ ମଧ୍ୟ ଧିମା ବ୍ୟାଟିଂ କରିବାରୁ ବିଜୟ ଲାଗି ରନ୍ରେଟ୍ ବଢ଼ି ଯାଇଥିଲା। ଫଳରେ ଦଳ ୭ ରନ୍ରେ ପଛରେ ପଡ଼ିଯାଇଥିଲା। ଏପର୍ଯ୍ୟନ୍ତ ମୋହାଲିର ପିସିଏ ଷ୍ଟାଡିୟମରେ ୨୦୦ ରନ୍ ଦେଖିବାକୁ ମିଳିନି। ତେଣୁ ଶୁକ୍ରବାର ମଧ୍ୟ କମ୍ ସ୍କୋର୍ ହେବାର ସମ୍ଭାବନା ରହିଛି। ଅସୁସ୍ଥତା ଯୋଗୁଁ ଦ୍ରୁତ ବୋଲର ମାର୍କ ଉଡ୍ ୩ଟି ମ୍ୟାଚ୍ ଖେଳିପାରିନହାନ୍ତି। ଏହା ଲକ୍ଷ୍ନୌର ବୋଲିଂ ଆକ୍ରମଣକୁ ଦୁର୍ବଳ କରିଦେଇଛି। ଆସନ୍ତା କାଲି ସେ ଫେରିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଘରୋଇ ପଡ଼ିଆରେ ଦୁଇଟି ମ୍ୟାଚ୍ ହାରିଛି। ଏବେ ଏହି ଦଳ ଘରୋଇ ଦର୍ଶକଙ୍କ ସମ୍ମୁଖରେ ବିଜୟ ପାଇବା ଲାଗି ଖେଳିବ। ଓପନର୍ ପ୍ରଭସିମ୍ରନ ସିଂହ ଓ ମାଥ୍ୟୁ ସଟ୍ଙ୍କୁ ଅଧିକ ସମୟ ପିଚ୍ରେ ରହିବାକୁ ପଡ଼ିବ। ଦଳର ଦାମୀ ଖେଳାଳି ଅଧିନାୟକ ସାମ କରନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉଭୟ ବଲ୍ ଓ ବ୍ୟାଟ୍ରେ ଚମତ୍କାରିତା ଦେଖାଇଥିଲେ। ଅର୍ଶଦୀପ ସିଂହ ଉଭୟ ନୂଆ ଓ ପୁରୁଣା ବଲ୍ରେ ଭଲ କରୁଛନ୍ତି। ସେପଟେ ଦୁଇଟି ମ୍ୟାଚ୍ ଖେଳିଥିବା ନାଥନ ଏଲିସ ଓ କାଗିସୋ ରବଦାଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ ଭାବିବାକୁ ପଡ଼ିବ। ଲେଗ୍ ସ୍ପିନର ରାହୁଲ ଚହର ୭ ମ୍ୟାଚ୍ ଖେଳି ମାତ୍ର ୨ ୱିକେଟ୍ ନେଇଛନ୍ତି। ତାଙ୍କଠୁ ଦଳ ଭଲ ପ୍ରଦର୍ଶନ ଆଶାରେ ରହିଛି।




