ଆଜି ରାଜସ୍ଥାନ ରୟାଲ୍ସ-ଲକ୍ଷ୍ନୗ ସୁପର ଜାଏଣ୍ଟସ୍ ମୁକାବିଲା
ଜୟପୁର: ଚଳିତ ଆଇପିଏଲ୍ର ବୁଧବାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। ଏପର୍ଯ୍ୟନ୍ତ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ଓ ୨ ପରାଜୟ ପାଇଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ଗତ ମ୍ୟାଚ୍ରେ ଲକ୍ଷ୍ନୌ ଦଳ ମଝି ଓଭରଗୁଡ଼ିକରେ ଅଧିକ ରନ୍ କରିପାରିନଥିଲା। ଏହି ମ୍ୟାଚ୍ରେ ରାହୁଲ ୭୪ ରନ୍ କରି ଫର୍ମକୁ ଫେରିଥିଲେ। ଓପନର୍ କାଇଲ ମାୟର୍ସ ଏବଂ ମଧ୍ୟଭାଗରେ ନିକୋଲାସ ପୂରନ ଓ […]
ଜୟପୁର: ଚଳିତ ଆଇପିଏଲ୍ର ବୁଧବାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। ଏପର୍ଯ୍ୟନ୍ତ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ଓ ୨ ପରାଜୟ ପାଇଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ଗତ ମ୍ୟାଚ୍ରେ ଲକ୍ଷ୍ନୌ ଦଳ ମଝି ଓଭରଗୁଡ଼ିକରେ ଅଧିକ ରନ୍ କରିପାରିନଥିଲା। ଏହି ମ୍ୟାଚ୍ରେ ରାହୁଲ ୭୪ ରନ୍ କରି ଫର୍ମକୁ ଫେରିଥିଲେ। ଓପନର୍ କାଇଲ ମାୟର୍ସ ଏବଂ ମଧ୍ୟଭାଗରେ ନିକୋଲାସ ପୂରନ ଓ ମାର୍କସ ଷ୍ଟୋଇନିସ ବିସ୍ଫୋରକ ଖେଳିବାରେ ମାହିର ଅଛନ୍ତି। ସ୍ପିନ୍ ଅଲ୍ରାଉଣ୍ଡର କୃଷ୍ଣାପ୍ପା ଗୌତମ ଓ କୃନାଲ ପାଣ୍ଡ୍ୟା ସେମାନଙ୍କ କାର୍ଯ୍ୟ ଠିକ୍ରେ ପାଳନ କରୁଛନ୍ତି। ଦ୍ରୁତ ବୋଲର ମାର୍କ ଉଡ୍ ଓ ଆୱେସ ଖାନଙ୍କ ବୋଲିଂ ମଧ୍ୟ ଭଲ ରହିଛି। ପଦାର୍ପଣରେ ଯୁଦ୍ଧବୀର ସିଂହ ୨ ୱିକେଟ୍ ନେଇ ନିଜକୁ ପ୍ରମାଣିତ କରିଛନ୍ତି। ବୁଧବାର ଏହି ଶକ୍ତିକୁ ନେଇ ସୁପର ଜାଏଣ୍ଟସ୍ ହ୍ୟାଟ୍ରିକ ବିଜୟ ପାଇଥିବା ରୟାଲ୍ସକୁ ଅଟକାଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଯଶସ୍ବୀ ଜୟସ୍ବାଲ, ଜୋସ ବଟଲର ଓ ସଂଜୁ ସାମସନଙ୍କୁ ନେଇ ରୟାଲ୍ସ ଆରମ୍ଭରୁ ଦୃଢ଼ ବ୍ୟାଟିଂ ଲାଇନ୍ ରଖିଛି। ଏମାନେ ପାୱାର ପ୍ଲେରେ ବଡ଼ ସ୍କୋର୍ କରି ଭଲ ଆରମ୍ଭ ଦେଉଛନ୍ତି। ବଟଲର ୨୦୪ ରନ୍ ସହ ସର୍ବୋଚ୍ଚ ରନ୍ ହାସଲକାରୀ ଥିଲା ବେଳେ ଜୟସ୍ବାଲ ୧୪୯.୪୫ ଷ୍ଟ୍ରାଇକ୍ରେଟ୍ରେ ୧୩୬ ରନ୍ କରିଛନ୍ତି। ଏହି ଯୋଡ଼ି ଗୁଜରାଟ ଟାଇଟନ୍ସ ବିପକ୍ଷରେ ବିଫଳ ହୋଇଥିଲା ବେଳେ ଅଧିନାୟକ ସାମସନ ୬୦ ରନ୍ ଏବଂ ସିମ୍ରନ ହେଟମେୟର ୫୬ ରନ୍ କରି ଦଳକୁ ବିଜୟ ଦେଇଥିଲେ।




