ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ

ବାର୍ବାଡୋସ୍: ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଭାରତୀୟ ଦଳ ଗୁରୁବାରଠୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଯଦିଓ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ, କିନ୍ତୁ ବିଶ୍ବକପ୍ ପାଇଁ ଭାରତୀୟ ଦଳର ଏହା ଭଲ ଅଭ୍ୟାସ ହେବ। କେବଳ ଏତିକି ନୁହେଁ, ଉଭୟ ଦଳଙ୍କ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ […]

Samaya Live Picture
Published On

ବାର୍ବାଡୋସ୍: ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଭାରତୀୟ ଦଳ ଗୁରୁବାରଠୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଯଦିଓ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ, କିନ୍ତୁ ବିଶ୍ବକପ୍ ପାଇଁ ଭାରତୀୟ ଦଳର ଏହା ଭଲ ଅଭ୍ୟାସ ହେବ। କେବଳ ଏତିକି ନୁହେଁ, ଉଭୟ ଦଳଙ୍କ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଚାହିବ। ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ବାର୍ବାଡୋସ୍ରେ ଏବଂ ଶେଷ ମ୍ୟାଚ୍ ତ୍ରିନିଦାଦ୍ରେ ଖେଳାଯିବ। ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟା (ଭାରତୀୟ ସମୟ)ରେ ଆରମ୍ଭ ହେବ।
ଏହି ଶୃଙ୍ଖଳା ଜରିଆରେ ବିଶ୍ବକପ୍କୁ ଦୃଷ୍ଟିରେ ରଖି ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସଞ୍ଜୁ ସାମସନ୍ ଓ ୟୁଝବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଉପରେ ଅଧିକ ନଜର ରହିବ। ସୂର୍ଯ୍ୟକୁମାର ଟ୍ବେଣ୍ଟି-୨୦ ପ୍ରଦର୍ଶନକୁ ଦିନିକିଆରେ ଦେଖାଇବାରେ ବିଫଳ ହୋଇଛନ୍ତି। ତେବେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ୪ ନମ୍ବର ସ୍ଥାନରେ ତାଙ୍କୁ ଖେଳାଯିବା ସମ୍ଭାବନା ରହିଛି। ସେହିପରି ଅସ୍ତ୍ରୋପଚାର ପରଠୁ ଥଇଥାନ ପର୍ଯ୍ୟାୟରେ ଥିବା କେଏଲ୍ ରାହୁଲଙ୍କ ସ୍ଥାନରେ ୱିକେଟ୍ କିପିଂ ଦାୟିତ୍ବ କାହାକୁ ମିଳିବ ତାହା ମଧ୍ୟ ବଡ଼ ପ୍ରସଙ୍ଗ ରହିଛି। ଉଭୟ କିଶନ ଓ ସାମସନ୍ ଭାରତର ବିଶ୍ବକପ୍ ଦଳରେ ଦ୍ବିତୀୟ କିପର ସ୍ଥାନ ପାଇଁ ଲଢ଼େଇ କରିବେ। ଭାରତୀୟ ଦଳରେ ସାମସନ୍ଙ୍କ ଯିବା ଆସିବା ଲାଗି ରହିଥିଲା ବେଳେ କିଶନ ଟେଷ୍ଟରେ ଭଲ ପ୍ରଦର୍ଶନ ଦେଇଛନ୍ତି। ରୋହିତ ଶର୍ମା ଓ ଶୁବମନ ଗିଲ୍ ପାଳି ଆରମ୍ଭ କରିପାରନ୍ତି। ଏପରି ହେଲେ ଋତୁରାଜ ଗାଏକ୍ବାଡଙ୍କୁ ଅଧିକ ସମୟ ବେଞ୍ଚରେ ବସିବାକୁ ପଡ଼ିପାରେ। ବୋଲିଂ ବିଭାଗରେ ଯୁବ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକଙ୍କ ପାଖରେ ବଡ଼ ସୁଯୋଗ ରହିବ। ଯଦିଓ ସେ ସାମାନ୍ୟ ରନ୍ ବ୍ୟୟ କରୁଛନ୍ତି, କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଧିକ ୱିକେଟ୍ ପାଇପାରିଲେ ଆତ୍ମବିଶ୍ବାସ ବଢ଼ିବ। ମହମ୍ମଦ ସିରାଜଙ୍କ ନେତୃତ୍ବାଧିନ ବୋଲିଂ କ୍ରମରେ ଜୟଦେବ ଉନାଦକଟ୍, ମୁକେଶ କୁମାର, ଶାର୍ଦୁଳ ଠାକୁର ଅନ୍ୟତମ ବିକଳ୍ପ ରହିଛନ୍ତି। ସ୍ପିନରଙ୍କ ମଧ୍ୟରେ ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଦ୍ବିତୀୟ ଜଣଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରାଧାନ୍ୟ ଦିଆଯାଇଥିଲା। ତେଣୁ ଚହଲ ସୁଯୋଗ ପାଇବା ପାଇଁ ବ୍ୟାକୁଳ ଅଛନ୍ତି।

Tags: