ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଅହମଦାବାଦ: ବିଶ୍ବକପରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମହାମୁକାବିଲା ହେବ। ଏହି ମ୍ୟାଚ୍ ଉପରେ ଏବେ ସାରା ବିଶ୍ବ ନଜର ରଖିଛି। ତଥାପି ବିଶ୍ବକପ୍ ଇତିହାସ ସବୁବେଳେ ଭାରତ ସପକ୍ଷରେ ଯାଇଥିବାରୁ ପାକିସ୍ତାନ ପ୍ରତ୍ୟେକ ଥର ଏହି ରେକର୍ଡକୁ ଭାଙ୍ଗିବାରେ ଚେଷ୍ଟା କରୁଛି ଏବଂ ବିଫଳ ହେଉଛି। ଏବେ ବାବର ଆଜମ୍ କିନ୍ତୁ ଏହି ୭-୦ ରେକର୍ଡରେ ବିରାମ ଲଗାଇବାକୁ ସଂକଳ୍ପ ନେଇଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍ରେ […]

Samaya Live Picture
Published On

ଅହମଦାବାଦ: ବିଶ୍ବକପରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମହାମୁକାବିଲା ହେବ। ଏହି ମ୍ୟାଚ୍ ଉପରେ ଏବେ ସାରା ବିଶ୍ବ ନଜର ରଖିଛି। ତଥାପି ବିଶ୍ବକପ୍ ଇତିହାସ ସବୁବେଳେ ଭାରତ ସପକ୍ଷରେ ଯାଇଥିବାରୁ ପାକିସ୍ତାନ ପ୍ରତ୍ୟେକ ଥର ଏହି ରେକର୍ଡକୁ ଭାଙ୍ଗିବାରେ ଚେଷ୍ଟା କରୁଛି ଏବଂ ବିଫଳ ହେଉଛି। ଏବେ ବାବର ଆଜମ୍ କିନ୍ତୁ ଏହି ୭-୦ ରେକର୍ଡରେ ବିରାମ ଲଗାଇବାକୁ ସଂକଳ୍ପ ନେଇଛନ୍ତି।
ଭାରତ-ପାକିସ୍ତାନ ମ୍ୟାଚ୍ରେ ଅନେକ ଯୁବ ଖେଳାଳି ମହାନାୟକ ରୂପରେ ଉଭା ହୋଇଛନ୍ତି। ଏବେ ଏହି ମୁକୁଟ କିଏ ପିନ୍ଧିବ ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି। ଡେଙ୍ଗୁରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ଶୁବମନ ଗିଲ୍ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ତାଙ୍କ ଆସିବା ଦ୍ବାରା ଈଶାନ କିଶନଙ୍କୁ ବାହାରେ ବସିବାକୁ ପଡ଼ିପାରେ। କୋହଲି, ଶ୍ରେୟସ ଓ କେଏଲ୍ ରାହୁଲ୍ଙ୍କ ଉପରେ ମଧ୍ୟକ୍ରମ ନିର୍ଭର କରୁଛି। ପାକିସ୍ତାନ ଏପର୍ଯ୍ୟନ୍ତ ଜଣେ ଗୁଣାତ୍ମକ ସ୍ପିନର ଖେଳାଇବାରେ ବିଫଳ ହୋଇଆସୁଛି। ଉପ ଅଧିନାୟକ ସଦାବ ଖାନ୍ ଦୁଇଟି ମ୍ୟାଚ୍ରେ ବ୍ୟୟବହୁଳ ହୋଇଛନ୍ତି। ସେହିପରି ହାସନ ଅଲ୍ଲୀଙ୍କ ହାତରେ ନୂଆ ବଲ୍ ଧରାଇଲେ ସେ ଭାରତୀୟ ବ୍ୟାଟର୍ଙ୍କ ସହଜ ଟାର୍ଗେଟ୍ ହୋଇଯିବେ। ଶ୍ରୀଲଙ୍କା ବିପକ୍ଷରେ ମହମ୍ମଦ ରିଜୱାନ୍ ଓ ଅବଦୁଲ୍ଲା ସଫିକ୍ ଚମତ୍କାର ଖେଳିଥିଲେ। ବାବରଙ୍କ ଫର୍ମ ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିବ। କିନ୍ତୁ ସାଉଦ ସକିଲ୍ ପାକିସ୍ତାନ ପାଇଁ ଏକ୍ସ ଫ୍ୟାକ୍ଟର ହୋଇପାରନ୍ତି। ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜଙ୍କ ପ୍ରଥମ ସ୍ପେଲ୍କୁ ସାମ୍ନା କରିପାରିଲେ ପାକିସ୍ତାନୀ ବ୍ୟାଟର୍ଙ୍କୁ ବିଶେଷ କିଛି ଅସୁବିଧା ହୋଇନପାରେ।

Tags: