ଆଜି ବିଶ୍ବକପରେ ଭାରତ-ବାଂଲାଦେଶ ମୁକାବିଲା

ପୁଣେ: ଚଳିତ ଦିନିକିଆ ବିଶ୍ବକପ୍ରେ ଭାରତ ଆଜି ବାଂଲାଦେଶ ସହିତ ଖେଳିବ। ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ଥିବା ରୋହିତ ଶର୍ମାଙ୍କ ଦଳକୁ ଏବେ ବାଂଲାଦେଶ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତମାନର ଫର୍ମକୁ ଦେଖିଲେ ଭାରତ ଏହି ମ୍ୟାଚ୍ରେ ସହଜରେ ଜିତିବ ବୋଲି ଆକଳନ କରାଯାଉଛି। ବିଶ୍ବକପ୍ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା […]

Samaya Live Picture
Published On

ପୁଣେ: ଚଳିତ ଦିନିକିଆ ବିଶ୍ବକପ୍ରେ ଭାରତ ଆଜି ବାଂଲାଦେଶ ସହିତ ଖେଳିବ। ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ଥିବା ରୋହିତ ଶର୍ମାଙ୍କ ଦଳକୁ ଏବେ ବାଂଲାଦେଶ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତମାନର ଫର୍ମକୁ ଦେଖିଲେ ଭାରତ ଏହି ମ୍ୟାଚ୍ରେ ସହଜରେ ଜିତିବ ବୋଲି ଆକଳନ କରାଯାଉଛି। ବିଶ୍ବକପ୍ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା ରଖିଛି। ୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ରେ ବାଂଲାଦେଶ ପ୍ରଥମ ଭେଟରେ ଭାରତକୁ ହରାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ସଂସ୍କରଣରେ (୨୦୧୧, ୨୦୧୫, ୨୦୧୯)ରେ ପରାଜୟ ବରଣ କରିଥିଲା। ବିଗତ ୧୨ ମାସ ଭିତରେ ଖେଳାଯାଇଥିବା ୪ ମୁକାବିଲାରୁ ବାଂଲାଦେଶ ୩ଟି ଜିତିଥିବାରୁ ଏଥିରୁ ନିଶ୍ଚିତ ଖିଅ ଖୋଜିବାକୁ ଚେଷ୍ଟା କରିବ। ଏହି ୩ ପରାଜୟ ଆସିଥିଲା ଏସିଆ କପ୍ (୧) ଏବଂ ୨୦୨୨ ଡିସେମ୍ବରର ଦ୍ବିପାକ୍ଷିକ ଶୃଙ୍ଖଳା (୨)ରେ। ତେଣୁ ଭାରତ ବିଜୟ ଧାରା ଜାରି ରଖିବାକୁ ଚାହୁଥିବା ବେଳେ ବାଂଲାଦେଶ ଚଳିତ ବିଶ୍ବକପ୍ରେ ଆଉ ଏକ ବିପର୍ଯ୍ୟୟ କରିବା ଲକ୍ଷ୍ୟରେ ରହିଛି।

Tags: