ଆଜି ପଞ୍ଜାବ କିଙ୍ଗ୍ସ-ଗୁଜୁରାଟ ଟାଇଟନ୍ସ ମୁହାଁମୁହିଁ
ମୋହାଲି: ଗୁରୁବାର ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ଏପର୍ଯ୍ୟନ୍ତ ୩ ଲେଖାଏଁ ମ୍ୟାଚ୍ ଖେଳିସାରିଥିଲା ବେଳେ ସମାନ ଦୁଇଟି ଲେଖାଏଁ ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ବରଣ କରିଛନ୍ତି। ଉଭୟ ଦଳ ୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ରେଟ୍ ଭିତ୍ତିରେ ଗୁଜରାଟ ଉପରକୁ ରହିଛି। ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଗୁଜରାଟ ଅଭିଯାନ ଆରମ୍ଭ କରିଥିଲା ବେଳେ ପରବର୍ତୀ […]
ମୋହାଲି: ଗୁରୁବାର ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ଏପର୍ଯ୍ୟନ୍ତ ୩ ଲେଖାଏଁ ମ୍ୟାଚ୍ ଖେଳିସାରିଥିଲା ବେଳେ ସମାନ ଦୁଇଟି ଲେଖାଏଁ ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ବରଣ କରିଛନ୍ତି। ଉଭୟ ଦଳ ୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ରେଟ୍ ଭିତ୍ତିରେ ଗୁଜରାଟ ଉପରକୁ ରହିଛି। ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଗୁଜରାଟ ଅଭିଯାନ ଆରମ୍ଭ କରିଥିଲା ବେଳେ ପରବର୍ତୀ ମ୍ୟାଚ୍ରେ ଦିଲ୍ଲୀକୁ ପରାସ୍ତ କରିଥିଲା। ହେଲେ ତୃତୀୟ ମ୍ୟାଚ୍ରେ କୋଲ୍କାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍ରେ ଯଥାକ୍ରମେ କୋଲ୍କାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବା ପଞ୍ଜାବ ତୃତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଥିଲା। ଫଳରେ ଗୁରୁବାର ଉଭୟ ଦଳ ବିଜୟ ଧାରାକୁ ଫେରିବା ପାଇଁ ପ୍ରୟାସ କରିବେ। ଏହି ମ୍ୟାଚ୍ରେ ଅସୁସ୍ଥ ପାଣ୍ଡ୍ୟା ଦଳକୁ ଫେରିବେ ବୋଲି ସଂକେତ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କଲେ ଚୂଡାନ୍ତ ଏକାଦଶରେ ଅଭିନବ ମନୋହରଙ୍କ ବଦଳରେ ପାଣ୍ଡ୍ୟା ଖେଳିବେ ଓ ସାଇ ସୁଦର୍ଶନଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବେ। ଯଦି ପ୍ରଥମେ ବୋଲିଂ କରିବାକୁ ପଡ଼େ ତାହେବଲେ ଜୋସ୍ ଲିଟଲ୍ଙ୍କୁ ସୁଯୋଗ ଦେବେ ବୋଲି ପାଣ୍ଡ୍ୟା କହିଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଥିବାରୁ ବିଜୟ ଆଶାରେ ରହିଛି। ପୁଣି ଦୁଇ ବିଦେଶୀ ଖେଳାଳି ଲିଆମ ଲିଭିଙ୍ଗ୍ଷ୍ଟୋନ ଏବଂ କାଗିସୋ ରବାଡ଼ା ଦଳରେ ଯୋଗ ଦେଇସାରିଥିବାରୁ କିଙ୍ଗ୍ସର ଶକ୍ତି ବୃଦ୍ଧି ପାଇଛି। ମ୍ୟାଚ୍ରେ ଉଭୟ ଖେଳିବା ସମ୍ଭାବନା ରହିଛି। ତଥାପି ଯଦି ଦଳ ପ୍ରଥମେ ବ୍ୟାଟିଂ କରେ ତାହାଲେ ଲଭୟ ଏଲିସ ଓ ରବାଡ଼ାଙ୍କ ମଧ୍ୟରୁ ଜଣଙ୍କୁ ଇମ୍ପାକ୍ଟ ପ୍ଲେୟାର କରିବ ବୋଲି ଧାୱନ ସୂଚନା ଦେଇଛନ୍ତି।




