ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା
ହାଇଦ୍ରାହବାଦ: ଚଳିତ ଆଇପିଏଲ୍ ପଏଣ୍ଟ ଟେବୁଲର ଶେଷ ଦୁଇ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ (ଦଶମ) ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ (ନବମ) ସୋମବାର ହାଇଦ୍ରାବାଦରେ ମୁହାଁମୁହିଁ ହେବେ। ଦିଲ୍ଲୀ ୬ ମ୍ୟାଚ୍ ଖେଳି କେବଳ ଗୋଟିଏ ବିଜୟ ପାଇଥିଲା ବେଳେ ହାଇଦ୍ରାବାଦ ସମାନ ମ୍ୟାଚ୍ ଖେଳି ୨ଟି ମ୍ୟାଚ୍ ଜିତିଛି। ଏବେ ଉଭୟ ଦଳ ନିଜ ନିଜର ସମ୍ମାନ ବଢ଼ାଇବା ପାଇଁ ଲଢ଼ିବେ। ଦିଲ୍ଲୀ ଲାଗି ଚଳିତ ସଂସ୍କରଣ ଖରାପ ଚାଲିଛି। ପ୍ରତ୍ୟେକ ବିଭାଗରେ ଖରାପ ପ୍ରଦର୍ଶନ […]
ହାଇଦ୍ରାହବାଦ: ଚଳିତ ଆଇପିଏଲ୍ ପଏଣ୍ଟ ଟେବୁଲର ଶେଷ ଦୁଇ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ (ଦଶମ) ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ (ନବମ) ସୋମବାର ହାଇଦ୍ରାବାଦରେ ମୁହାଁମୁହିଁ ହେବେ। ଦିଲ୍ଲୀ ୬ ମ୍ୟାଚ୍ ଖେଳି କେବଳ ଗୋଟିଏ ବିଜୟ ପାଇଥିଲା ବେଳେ ହାଇଦ୍ରାବାଦ ସମାନ ମ୍ୟାଚ୍ ଖେଳି ୨ଟି ମ୍ୟାଚ୍ ଜିତିଛି। ଏବେ ଉଭୟ ଦଳ ନିଜ ନିଜର ସମ୍ମାନ ବଢ଼ାଇବା ପାଇଁ ଲଢ଼ିବେ। ଦିଲ୍ଲୀ ଲାଗି ଚଳିତ ସଂସ୍କରଣ ଖରାପ ଚାଲିଛି। ପ୍ରତ୍ୟେକ ବିଭାଗରେ ଖରାପ ପ୍ରଦର୍ଶନ କରି ଲଗାତାର ୫ ପରାଜୟ ବରଣ କରିଥିଲା। ଗତ ମ୍ୟାଚ୍ରେ କୋଲ୍କାତା ନାଇଟ୍ ରାଇଡର୍ସକୁ ୪ ୱିକେଟ୍ରେ ହରାଇ ଚଳିତ ଋତୁରେ ପ୍ରଥମ ବିଜୟ ସ୍ବାଦ ଚାଖିଥିଲା ଡେଭିଡ ୱାର୍ନରଙ୍କ ନେତୃତ୍ବାଧୀନ ଦିଲ୍ଲୀ। ବୋଲିଂ ବିଭାଗ ଚମତ୍କାର କରିବାରୁ ଦଳ କେକେଆର୍କୁ ୧୧୭ ରନ୍ରେ ସୀମିତ ରଖିଥିଲା। ହେଲେ ବ୍ୟାଟିଂ କେବଳ ଅଧିନାୟକ ୱାର୍ନର ଓ ଅକ୍ଷର ପଟେଲଙ୍କ ସଫଳତା ଯୋଗୁଁ କଷ୍ଟେମଷ୍ଟେ ଜିତିବାକୁ ସକ୍ଷମ ହୋଇଥିଲା। ତାରକା ବ୍ୟାଟର୍ ପୃଥ୍ବୀ ସ’ ଓ ମିଚେଲ ମାର୍ସଙ୍କ ଉପରେ ଦଳର ଅଧିକ ଭରଷା ଥିଲା ବେଳେ ଏମାନଙ୍କ ବ୍ୟାରଟ୍ ଚାଲୁନି। ପୃଥ୍ବୀ ୬ ମ୍ୟାଚ୍ରେ ଯଥାକ୍ରମେ ୧୨, ୭, ୦, ୧୫, ୦ କରିଛନ୍ତି। ସେହିଭଳି ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ମାର୍ସ ୪ ମ୍ୟାଚ୍ ଖେଳି ୨ଟି ଶୂନ ସହ ମୋଟ ୬ ରନ୍ କରିଛନ୍ତି। ବୋଲିଂରେ ମଧ୍ୟ ସେ ସଫଳ ହୋଇନାହାନ୍ତି। ତେଣୁ ରୋଭମାନ ପାୱେଲ ଓ ରିଲି ରସୋଙ୍କୁ ପୁଣି ଥରେ ସୁଯୋଗ ଦେବାକୁ ଦଳ ଚିନ୍ତା କରୁଛି। ଅନ୍ୟପକ୍ଷରେ ଆରମ୍ଭରୁ ୨ ମ୍ୟାଚ୍ ହାରିବା ପରେ ୨ ମ୍ୟାଚ୍ ଜିତିଥିଲା ହାଇଦ୍ରାବାଦ। କିନ୍ତୁ ଏହାପରେ ଲଗାତାର ୨ ମ୍ୟାଚ୍ ହାରିଯିବାରୁ ଏହି ଦଳର ମନୋକବଳ ହ୍ରାସ ପାଇଛି। କାଗଜ କଲମରେ ଏହି ଦଳ ଭଲ ଅଛି। କିନ୍ତୁ ବ୍ୟାଟିଂରେ ବିଫଳ ହେଉଛି। ବ୍ୟାଟର୍ମାନେ ନା ଚେଜ୍ କରିପାରୁଛନ୍ତି ନା ବଡ଼ ସ୍କୋର୍ କରିବାକୁ ସକ୍ଷମ ହେଉଛନ୍ତି। ଏହି କାରଣରୁ ଗତ ଦୁଇ ମ୍ୟାଚରେ ଏହି ଦଳ ହାରିଛି। ଏହି ଦଳରେ ଏକାଧିକ ମ୍ୟାଚ୍ ବିଜେତା ରହିଛନ୍ତି। ସୋମବାର ମ୍ୟାଚ୍ରେ ଏମାନେ ଫର୍ମକୁ ଫେରି ପୁଣି ଦଳକୁ ବିଜୟ ରାସ୍ତାକୁ ଆଣିବାର ଆଶା ରଖିଛନ୍ତି।




