ଆଜି ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ-ଆମେରକା ମୁକାବିଲା

ନ୍ୟୁୟର୍କ: ଭାରତୀୟ କ୍ରିକେଟ୍ ଦଳ ଟ୍ବେଣ୍ଟି-୨୦ ବିଶ୍ବକପରେ ପ୍ରଥମ ଦୁଇ ମ୍ୟାଚ୍ ଜିତିସାରିବା ପରେ ବୁଧବାର ଆୟୋଜକ ଆମେରିକାକୁ ଭେଟିବ। ଏହି ମ୍ୟାଚ୍ରେ ପୂର୍ବ ମୁକାବିଲାର ବ୍ୟାଟିଂ ବିଫଳତାକୁ ଦୂର କରି ଭାରତ ସୁପର-୮ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ପାକିସ୍ତାନ ଭଳି ବଡ଼ ଦଳକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆମେରିକା ଏହି ମ୍ୟାଚ୍ରେ ଭାରତକୁ ହରାଇ ପ୍ରତିଯୋଗିତାରେ ସବୁଠୁ ବଡ଼ ଓଲଟ ପାଲଟ କରିବା ଯୋଜନାରେ ପଡ଼ିଆକୁ ଓହ୍ଲାଇବ। ଆମେରିକା ଦଳରେ […]

Samaya Live Picture
Published On

ନ୍ୟୁୟର୍କ: ଭାରତୀୟ କ୍ରିକେଟ୍ ଦଳ ଟ୍ବେଣ୍ଟି-୨୦ ବିଶ୍ବକପରେ ପ୍ରଥମ ଦୁଇ ମ୍ୟାଚ୍ ଜିତିସାରିବା ପରେ ବୁଧବାର ଆୟୋଜକ ଆମେରିକାକୁ ଭେଟିବ। ଏହି ମ୍ୟାଚ୍ରେ ପୂର୍ବ ମୁକାବିଲାର ବ୍ୟାଟିଂ ବିଫଳତାକୁ ଦୂର କରି ଭାରତ ସୁପର-୮ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ପାକିସ୍ତାନ ଭଳି ବଡ଼ ଦଳକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆମେରିକା ଏହି ମ୍ୟାଚ୍ରେ ଭାରତକୁ ହରାଇ ପ୍ରତିଯୋଗିତାରେ ସବୁଠୁ ବଡ଼ ଓଲଟ ପାଲଟ କରିବା ଯୋଜନାରେ ପଡ଼ିଆକୁ ଓହ୍ଲାଇବ। ଆମେରିକା ଦଳରେ ପାଖାପାଖି ୬ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଖେଳାଳି ଥିବା ବେଳେ ଟିମ୍ ଇଣ୍ଡିଆ ବିପକ୍ଷରେ ସେମାନେ ଲଢ଼ୁଥିବାର ଦେଖିବା ପ୍ରଶଂସକଙ୍କ ପାଇଁ ମଧ ନିଆରା ଅନୁଭୂତି ହେବ। ଆମେରିକା ସ୍ପିନର ହର୍ମିତ୍ ସିଂହ, ମୋନାଙ୍କ ପଟେଲ, ନୀତୀଶ କୁମାର, ଜେସି ସିଂହ ଓ ନୋସତୁଷ କେଞ୍ଜିଗେ ମଧ୍ୟ ଭାରତ ବିପକ୍ଷରେ ଖେଳିବାକୁ ଚାତକ ଭଳି ଚାହିଁ ରହିଛନ୍ତି। ଉଭୟ ଦଳ ଅପରିବର୍ତ୍ତିତ ଦଳ ସହ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ଶିବମ ଦୁବେଙ୍କ ବିଫଳତା ଦଳ ପାଇଁ ଚିନ୍ତାର କାରଣ ଥିବାରୁ ୟୁଝବେନ୍ଦ୍ର ଚହଲ କିମ୍ବା କୁଲଦୀପ ଯାଦବଙ୍କ ଭିତରୁ ଜଣେ ସ୍ପିନର୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ନେବା ଭାରତ ପାଇଁ ଏକ ଭଲ ବିକଳ୍ପ ହୋଇପାରେ। ପାଗ ପ୍ରାୟତଃ ଶୁଖିଲା ରହିବାର ପୂର୍ବାନୁମାନ ଥିବାରୁ ମ୍ୟାଚ୍ରେ ଦର୍ଶକମାନେ ଏକ ଭଲ ମ୍ୟାଚ୍ ଉପଭୋଗ କରିପାରିବେ।

Tags: