ଆଜି ଟାଇଟନ୍ସ-ନାଇଟ୍ ରାଇଡର୍ସ, ସନରାଇଜର୍ସ-କିଙ୍ଗ୍ସ ମଧ୍ୟରେ ମୁକାବିଲା

ଅହମଦାବାଦ: ଲଗାତାର ଦୁଇଟି ବିଜୟ ପରେ ଏବେ ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛି ଗତଥରର ବିଜେତା ଗୁଜରାଟ ଟାଇଟନ୍ସ। ଆଇପିଏଲ୍ରେ ରବିବାର ଡବଲ ହେଡରରେ ହେବାକୁ ଥିବା ପ୍ରଥମ ମୁକାବିଲାରେ ଟାଇଟନ୍ସର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହିତ ହେବ। ଗତ ଘରୋଇ ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଇଡେନ୍ ଗାର୍ଡେନ୍ସରେ ହରାଇଥିବା କେକେଆର୍ ଧାରା ଅବ୍ୟାହତ ରଖିବାକୁ ଚାହିଁବ। ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ହେବାକୁ ଥିବାରୁ ଗୁଜରାଟ ପାଇଁ ଘରୋଇ ସମର୍ଥନ ଅଧିକ ରହିବ। ଅନ୍ୟପକ୍ଷରେ […]

Samaya Live Picture
Published On

ଅହମଦାବାଦ: ଲଗାତାର ଦୁଇଟି ବିଜୟ ପରେ ଏବେ ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛି ଗତଥରର ବିଜେତା ଗୁଜରାଟ ଟାଇଟନ୍ସ। ଆଇପିଏଲ୍ରେ ରବିବାର ଡବଲ ହେଡରରେ ହେବାକୁ ଥିବା ପ୍ରଥମ ମୁକାବିଲାରେ ଟାଇଟନ୍ସର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହିତ ହେବ। ଗତ ଘରୋଇ ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଇଡେନ୍ ଗାର୍ଡେନ୍ସରେ ହରାଇଥିବା କେକେଆର୍ ଧାରା ଅବ୍ୟାହତ ରଖିବାକୁ ଚାହିଁବ। ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ହେବାକୁ ଥିବାରୁ ଗୁଜରାଟ ପାଇଁ ଘରୋଇ ସମର୍ଥନ ଅଧିକ ରହିବ। ଅନ୍ୟପକ୍ଷରେ ଜାସନ ରଏ ନାଇଟ୍ ରାଇଡର୍ସରେ ଯୋଗଦେଇ ସାରିଥିବାରୁ ଶ୍ରେୟସ ଆୟର ଓ ସାକିବ ଅଲ୍ ହାସନଙ୍କ ଶୂନ୍ୟସ୍ଥାନକୁ ସେ ପୂରଣ କରିପାରିବେ ବୋଲି ଦଳ ଆଶା ରଖିଛି। ତେବେ ଜାସନ୍ଙ୍କୁ କେଉଁ ସ୍ଥାନରେ ଖେଳାଯିବ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। କାରଣ ଆଫଗାନିସ୍ଥାନ ବ୍ୟାଟର ରହମନୁଲ୍ଲା ଗୁରବାଜ୍ ଆକ୍ରମଣାତ୍ମକ ଖେଳିଛନ୍ତି। ତେଣୁ ତାଙ୍କୁ ହଟାଇ ଜାସନ୍ଙ୍କୁ ପାଳି ଆରମ୍ଭ କରିବାକୁ ଦେବା ଉଚିତ୍ ହେବ କି ନାହିଁ ତାହାକୁ ଦଳର ନେତୃତ୍ବମାନେ ବିଚାର କରିବାକୁ ପଡ଼ିବ। ସେହିପରି ଆର୍ସିବି ବିପକ୍ଷ ବିଜୟରେ ବଡ଼ ଭୂମିକା ନେଇଥିବା ଶାର୍ଦ୍ଦୁଳ ଠାକୁରଙ୍କ ପାଇଁ ଗୁଜରାଟକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଗତ ଦୁଇ ସଂସ୍କରଣରେ ତଳ ଭାଗରେ ରହିଆସୁଥିବା ହାଇଦ୍ରାବାଦ ପ୍ରଥମ ଦୁଇ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ଠୁ ହାରିସାରିଛି। ତେଣୁ ଏଥର କିଛି ପରିବର୍ତ୍ତନ କରି ଜିତିବା ଲକ୍ଷ୍ୟରେ ଖେଳିବାକୁ ପଡ଼ିବ। ନୂଆ ଅଧିନାୟକ ଏଡେନ୍ ମାରକ୍ରମ୍ ଆସିବା ପରେ ବି ଦଳର ଭାଗ୍ୟ ବଦଳିନାହିଁ। ଅସ୍ଥିର ପ୍ରାରମ୍ଭିକ ବ୍ୟାଟରଙ୍କ ସହିତ ଦୁର୍ବଳ କ୍ଷେତ୍ରରକ୍ଷଣ ଦଳକୁ ସବୁବେଳେ ପଛକୁ ଠେଲୁଛି। ସେହିପରି ଶିଖର ଧାୱନଙ୍କ ଦଳର ମଜବୁତ୍ ବ୍ୟାଟିଂ କ୍ରମ ରହଛି। ବ୍ୟାଟିଂରେ ପ୍ରଭସିମ୍ରନ ସିଂହ ଓ ଭାନୁକା ରାଜପକ୍ଷ ଆବଶ୍ୟକ ସମୟରେ ଦଳ ପାଇଁ ରନ୍ ବାହର କରିଛନ୍ତି। ବ୍ୟାଟର ବଡ଼ ସ୍କୋର କରିବା ପରେ ଅର୍ଶଦୀପ ସିଂହ, ନାଥନ୍ ଏଲିସ୍ଙ୍କ ଭଳି ବୋଲର ଦଳକୁ ଜିତାଇ ଆସୁଛନ୍ତି। କିନ୍ତୁ ସାଢେ ୧୮ କୋଟି ଟଙ୍କାରେ କିଣା ହୋଇଥିବା ସାମ୍ କରନ୍ ନିରାଶ କରି ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ତେଣୁ ବିଜୟ ଧାରାକୁ ଜାରି ରଖିବାକୁ ହେଲେ ଛୋଟଛୋଟ ତ୍ରୁଟିଗୁଡ଼ିକୁ ସୁଧାରିବା ପଞ୍ଜାବ ପାଇଁ ଆବଶ୍ୟକ ରହିବ।

Tags: