ଆଜି ଚେନ୍ନାଇ ସୁପରକିଙ୍ଗ୍ସ-ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା

ଚେନ୍ନାଇ: ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଶୁକ୍ରବାର ଘରୋଇ ପଡ଼ିଆରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ରେ ଆହତରୁ ମୁକୁଳିଥିବା ସିଏସ୍କେର ବିଦେଶୀ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଫେରିବାକୁ ଚାହିବସିଛି ସିଏସ୍କେ। ଆହତ ଯୋଗୁଁ ଷ୍ଟୋକ୍ସ ୩ଟି ମ୍ୟାଚ୍ ଖେଳିପାରିନାହାନ୍ତି। ହେଲେ ବୁଧବାର ସେ ଅଭ୍ୟାସକୁ ଫେରିଛନ୍ତି। ଯଦି ତାଙ୍କ ଫିଟ୍ନେସ୍ ଠିକ୍ ରହେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ରାଜସ୍ଥାନ ରୟାଲ୍ସଠୁ କଡ଼ା ସଂଘର୍ଷ କରି ହାରିବା ପରେ ସିଏସ୍କେ […]

Samaya Live Picture
Published On

ଚେନ୍ନାଇ: ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଶୁକ୍ରବାର ଘରୋଇ ପଡ଼ିଆରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ରେ ଆହତରୁ ମୁକୁଳିଥିବା ସିଏସ୍କେର ବିଦେଶୀ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଫେରିବାକୁ ଚାହିବସିଛି ସିଏସ୍କେ। ଆହତ ଯୋଗୁଁ ଷ୍ଟୋକ୍ସ ୩ଟି ମ୍ୟାଚ୍ ଖେଳିପାରିନାହାନ୍ତି। ହେଲେ ବୁଧବାର ସେ ଅଭ୍ୟାସକୁ ଫେରିଛନ୍ତି। ଯଦି ତାଙ୍କ ଫିଟ୍ନେସ୍ ଠିକ୍ ରହେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ରାଜସ୍ଥାନ ରୟାଲ୍ସଠୁ କଡ଼ା ସଂଘର୍ଷ କରି ହାରିବା ପରେ ସିଏସ୍କେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ତେଣୁ ଇଂଲଣ୍ଡ ଅଧିନାୟକ ଫେରିଲେ ଦଳକୁ ହାଇଦ୍ରବାଦ ବିପକ୍ଷରେ ଅତିରିକ୍ତ ବଳ ମିଳିବ। ଚେନ୍ନାଇ ବ୍ୟାଟିଂ ୟୁନିଟ୍ ରନ୍ କରୁଥିଲା ବେଳେ ବୋଲର ଓ ଫିଲ୍ଡରଙ୍କ ଆଖିଦୃଶିଆ ପ୍ରଦର୍ଶନ ରହୁନଥିବାରୁ ଦଳ ପାଇଁ ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ତା’ର ବ୍ୟାଟିଂ ୟୁନିଟ୍ କମାଲ କରିବା ନେଇ ଆଶା ରଖିଛି। ଏହି ଭାର ଅଧିନାୟକ ଏଦେନ ମାର୍କ୍ରମଙ୍କ କାନ୍ଧରେ ରହିବ। ଅନ୍ୟ ବ୍ୟାଟର୍ ଯଦି ଚେପକରେ ଭଲ ବ୍ୟାଟିଂ କରନ୍ତି ସିଏସ୍କେ ଉପରେ ଏହା ଭାରି ପଡ଼ିବ। ହାରି ବ୍ରୁକ୍ଙ୍କଠୁ ଦଳ ଆଉ ଏକ ବଡ଼ ସ୍କୋର୍ ଆଶା ରଖିଛି।

Tags: