ଆଜି ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ
ଚେନ୍ନାଇ: ଚଳିତ ଆଇପିଏଲ୍ରେ ଫର୍ମରେ ଥିବା ରାଜସ୍ଥାନ ରୟାଲ୍ସ ଆଜି ଚେନ୍ନାଇର ଚେପକ ପିଚ୍ରେ ସୁପର କିଙ୍ଗ୍ସ ସହିତ ମୁହାଁମୁହିଁ ହେବ। ୩ ମ୍ୟାଚ୍ ଖେଳିଥିବା ଚେନ୍ନାଇ ପ୍ରଥମ ମ୍ୟାଚ୍ ହାରିବା ପରେ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍ ଜିତି ଦୃଢ଼ ମନୋବଳରେ ରହିଛି। ୩ ଜଣ ଅଭିଜ୍ଞ ସ୍ପିନର ମୋଇନ ଅଲୀ, ରବୀନ୍ଦ୍ର ଜାଦେଜା ଓ ମିଚେଲ ସାଣ୍ଟନର ମିଶି ୧୧ ୱିକେଟ୍ ଦଖଲ କରିଛନ୍ତି। ଗତ ମ୍ୟାଚ୍ରେ ମୋଇନ ଖେଳିପାରିନଥିଲେ। କିନ୍ତୁ ବୁଧବାର ସେ […]
ଚେନ୍ନାଇ: ଚଳିତ ଆଇପିଏଲ୍ରେ ଫର୍ମରେ ଥିବା ରାଜସ୍ଥାନ ରୟାଲ୍ସ ଆଜି ଚେନ୍ନାଇର ଚେପକ ପିଚ୍ରେ ସୁପର କିଙ୍ଗ୍ସ ସହିତ ମୁହାଁମୁହିଁ ହେବ। ୩ ମ୍ୟାଚ୍ ଖେଳିଥିବା ଚେନ୍ନାଇ ପ୍ରଥମ ମ୍ୟାଚ୍ ହାରିବା ପରେ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍ ଜିତି ଦୃଢ଼ ମନୋବଳରେ ରହିଛି। ୩ ଜଣ ଅଭିଜ୍ଞ ସ୍ପିନର ମୋଇନ ଅଲୀ, ରବୀନ୍ଦ୍ର ଜାଦେଜା ଓ ମିଚେଲ ସାଣ୍ଟନର ମିଶି ୧୧ ୱିକେଟ୍ ଦଖଲ କରିଛନ୍ତି। ଗତ ମ୍ୟାଚ୍ରେ ମୋଇନ ଖେଳିପାରିନଥିଲେ। କିନ୍ତୁ ବୁଧବାର ସେ ଖେଳିବାର ସମ୍ଭାବନା ରହିଛି। ସ୍ପିନ୍କୁ ସୁହାଉଥିବା ଚେପକ୍ରେ ମୋଇନ, ଜାଦେଜା ଓ ସାଣ୍ଟନର କମାଲ କଲେ ରୟାଲ୍ସ ବ୍ୟାଟର୍ଙ୍କୁ ଅଟକାଇବାକୁ ସକ୍ଷମ ହେବ ସିଏସ୍କେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗତ ମ୍ୟାଚ୍ରେ ଅଜିଙ୍କ୍ୟ ରାହାଣେଙ୍କ ବିସ୍ଫୋରକ ପାଳି ସହ ସ୍ପିନର ଜାଦେଜା ଓ ସାଣ୍ଟନରଙ୍କ ବୋଲିଂ ଯୋଗୁଁ ସିଏସ୍କେ ବିଜୟୀ ହୋଇଥିଲା। ଋତୁରାଜ ଗାଏକ୍ବାଡଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ଓ ଭାରତୀୟ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି। ରାଜସ୍ଥାନ ରୟାଲ୍ସ ୩ ମ୍ୟାଚ୍ ଖେଳି ୨ଟି ଜିତିଛି। ରୟାଲ୍ସ ନିକଟରେ ରବିଚନ୍ଦ୍ରନ ଅଶ୍ବିନ, ୟୁଝବେନ୍ଦ୍ର ଚହଲଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ସହିତ ମୁରୁଗାନ ଅଶ୍ବିନ ମଧ୍ୟ ରହିଛନ୍ତି। ଏମାନେ ସିଏସ୍କେ ବ୍ୟାଟର୍ଙ୍କୁ ଅଟକାଇବାକୁ ପୂରା ସକ୍ଷମ ହେବେ। ଦୁଇ ଓପନର୍ ବଟଲର ଓ ଜୟସ୍ବାଲଙ୍କ ପରେ ଅଧିନାୟକ ସଂଜୁ ସାମସନ ଓ ସିମ୍ରନ ହେଟମାୟରଙ୍କ ବ୍ୟାଟ୍ରୁ ବଡ଼ ସଟ୍ ବାହାଜରିଲେ ଦଳ ଭଲ ସ୍କୋର୍ କରିପାରିବ।




