ଆଜି ଗୁଜରାଟ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ ମୁକାବିଲା

ଜୟପୁର: ଆଇପିଏଲରେ ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଘରୋଇ ପଡ଼ିଆରେ ବିଜୟ ସହ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ରାଜସ୍ଥାନ ଶୀର୍ଷକୁ ଉଠିବା ଲାଗି ପଡ଼ିଆକୁ ଓହ୍ଲାଇବ। ସେହିପରି ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ୍ ହାରିଥିବାରୁ ବିଜୟ ଧାରାକୁ ଫେରିବାକୁ ଚାହିଁବେ। ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ନିକଟରେ ପ୍ରତିଭା ଭରି ରହିଛି। ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଏହାର ବୋଲିଂ ବିଭାଗ ବିଫଳ ହୋଇଥିଲା। ୨୧୨ ରନ୍ର ବଡ଼ […]

Samaya Live Picture
Published On

ଜୟପୁର: ଆଇପିଏଲରେ ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଘରୋଇ ପଡ଼ିଆରେ ବିଜୟ ସହ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ରାଜସ୍ଥାନ ଶୀର୍ଷକୁ ଉଠିବା ଲାଗି ପଡ଼ିଆକୁ ଓହ୍ଲାଇବ। ସେହିପରି ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ୍ ହାରିଥିବାରୁ ବିଜୟ ଧାରାକୁ ଫେରିବାକୁ ଚାହିଁବେ। ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ନିକଟରେ ପ୍ରତିଭା ଭରି ରହିଛି। ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଏହାର ବୋଲିଂ ବିଭାଗ ବିଫଳ ହୋଇଥିଲା। ୨୧୨ ରନ୍ର ବଡ଼ ସ୍କୋର୍ କରିବା ସତ୍ବେ ଦଳ ହାରିଥିଲା। ତାରକା ଦ୍ରୁତ ବୋତଲର ଟ୍ରେଣ୍ଟ ବୋଲ୍ଟ, ଅଲ୍ରାଉଣ୍ଡର ଜାସନ ହୋଲଡର, ସ୍ପିନର ୟୁଝବେନ୍ଦ୍ର ଚହଲ ଓ କୁଲଦୀପ ସେନ୍ ସମସ୍ତେ ରନ୍ ବ୍ୟୟ କରିଥିଲେ। ତେବେ ଏହି ବୋକଲରମାନେ ଶୁକ୍ରବାର ଘରୋଇ ପଡ଼ିଆରେ ସୁନ୍ଦର ପ୍ରଦର୍ଶନ କରିବା ଆଶାରେ ରହିଛନ୍ତି। ଏହି ସଂସ୍କରଣରେ ଗୁଜରାଟକୁ ହରାଇଥିବାରୁ ରାଜସ୍ଥାନର ମନୋବଳ ଦୃଢ଼ ରହିଛି। ରାଜସ୍ଥାନର ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ଗତ ମ୍ୟାଚ୍ରେ ଶତକ ଅର୍ଜନ କରିଥିଲା ବେଳେ ଜୋସ ବଟ୍ଟଲର, ସଞ୍ଜୁ ସାମସନ ଓ ସିମ୍ରନ ହେଟମାୟରଙ୍କ ବ୍ୟାଟ୍ରୁ ବଡ଼ ରନ୍ ଅଶା ରଖିଛି ରାଜସ୍ଥାନ। ଅନ୍ୟପକ୍ଷରେ ଟାଇଟନ୍ସ ଗତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ୧୩୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୫ ରନ୍ ପଛରେ ରହିଯାଇଥିଲା। ଶୁବମନ ଗିଲ୍ ଓ ଡେଭିଡ ମିଲର ବିଫଳ ହୋଇଥିଲା ବେଳେ ପାଣ୍ଡ୍ୟା ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ।

Tags: