ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

ଅହମଦାବାଦ: ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଅହମଦାବାଦରେ ଘରୋଇ ଦଳ ଗୁଜରାଟ ଟାଇଟନ୍ସକୁ ଭେଟିବ। ଗୁଜୁରାଟ ଟାଇଟନ୍ସ ଏବେ ପଏଣ୍ଟ ଟେବୁଲର ଚତୁର୍ଥରେ ଥିଲା ବେଳେ ଆଇପିଏଲ୍ ଇତିହାସର ସଫଳ ଦଳ ଇଣ୍ଡିଆନ୍ସ ଚତୁର୍ଥରେ ରହିଛି। ଆରମ୍ଭରୁ ୨ ମ୍ୟାଚ୍ ହାରିଥିବା ମୁମ୍ବାଇ ହ୍ୟାଟ୍ରିକ ବିଜୟ ସହ ଲୟକୁ ଫେରିଥିଲା। କିନ୍ତୁ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଶନିବାର ମ୍ୟାଚ୍ରେ ଏହି ଦଳ ୧୪ ରନ୍ରେ ପରାସ୍ତ ହୋଇଥିଲା। […]

Samaya Live Picture
Published On

ଅହମଦାବାଦ: ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଅହମଦାବାଦରେ ଘରୋଇ ଦଳ ଗୁଜରାଟ ଟାଇଟନ୍ସକୁ ଭେଟିବ। ଗୁଜୁରାଟ ଟାଇଟନ୍ସ ଏବେ ପଏଣ୍ଟ ଟେବୁଲର ଚତୁର୍ଥରେ ଥିଲା ବେଳେ ଆଇପିଏଲ୍ ଇତିହାସର ସଫଳ ଦଳ ଇଣ୍ଡିଆନ୍ସ ଚତୁର୍ଥରେ ରହିଛି। ଆରମ୍ଭରୁ ୨ ମ୍ୟାଚ୍ ହାରିଥିବା ମୁମ୍ବାଇ ହ୍ୟାଟ୍ରିକ ବିଜୟ ସହ ଲୟକୁ ଫେରିଥିଲା। କିନ୍ତୁ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଶନିବାର ମ୍ୟାଚ୍ରେ ଏହି ଦଳ ୧୪ ରନ୍ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ର ଶେଷ ୫ ଓଭରରେ ମୁମ୍ବାଇ ବୋଲର ୯୬ ରନ୍ ବ୍ୟୟ କରିବାରୁ ପଞ୍ଜାବ ବଡ଼ ସ୍କୋର (୨୧୪/୮) କରିପାରିଥିଲା। ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର, ଜାସନ ବେହରେନଡର୍ଫ, କାମେରୁନ ଗ୍ରିନ ଓ ଜୋଫ୍ରା ଅର୍ଚର ୪୦ରୁ ଊର୍ଦ୍ଧ୍ବ ରନ୍ ବ୍ୟୟ କରିଥିଲେ। ଅଭିଜ୍ଞ ସ୍ପିନର ପୀୟୂଷ ଚାୱାଲା ଓ ତାଙ୍କ ସାଥୀ ହ୍ରିତିକ ସୋକିନ କିନ୍ତୁ ସୁନ୍ଦର ବୋଲିଂ କରି ରନ୍ ଗତି କମାଇଥିଲେ। ବ୍ୟାଟିଂରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଗ୍ରିନ ଓ ଟିମ୍ ଡେଭିଡ ଭଲ ଖେଳିଥିଲେ ମଧ୍ୟ ଦଳକୁ ଜିତାଇବାରେ ସକ୍ଷମ ହୋଇନଥିଲେ। ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟାଟଙ୍କ ନେତୃତ୍ବାଧୀନ ଗୁଜରାଟକୁ ଡେଥ୍ ଓଭରରେ କିଭଳି ଖେଳିବାକୁ ହୁଏ ତାହା ଜଣା। ସେମାନେ ଗତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ଏଭଳି କରି ଦେଖାଇଛନ୍ତି। ଏହି ମ୍ୟାଚ୍ରେ ମୋହିତ ଶର୍ମା ଶେଷ ଓଭରରେ ଚମତ୍କାର ବୋଲିଂ କରି ଲକ୍ଷ୍ନୌ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ମୋହିତଙ୍କ ସହ ଭେଟେରାନ ବୋଲର ମହମ୍ମଦ ସାମି ମଧ୍ୟ ସୁନ୍ଦର ବୋଲିଂ କରୁଥିଲା ବେଲେ ପାଣ୍ଡ୍ୟା ବଲ୍ରେ ସହଯୋଗ କରୁଛନ୍ତି। ରସିଦ ଖାନଙ୍କ ନେତୃତ୍ବରେ ନୁର ଅହମଦ ଓ ଜୟନ୍ତ ଠାକୁରଙ୍କୁ ସ୍ପିନ୍ ବିଭାଗ ଦୃଢ଼ ରହିଛି। ଗତ ମ୍ୟାଚ୍ରେ ଶୁବମନ ଗିଲ୍ ବିଫଳ ହୋଇଥିଲା ବେଳେ ରିଦ୍ଧିମାନ ସାହା ଓ ପାଣ୍ଡ୍ୟା ବଡ଼ ସ୍କୋର୍ କରିଥିଲେ।

Tags: