ଆଜି କ୍ବାଲିଫାୟର-୨ରେ ମୁମ୍ବାଇ-ଗୁଜରାଟ ଲଢେଇ

ଅହମଦାବାଦ: ଏଲିମିନେଟରରେ ଆକାଶ ମାଧୱାଲଙ୍କ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ହରାଇ ୫ ଥରର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଷଷ୍ଠ ଟ୍ରଫି ଆଶା ପୁଣି ଉଜ୍ଜୀବିତ ହୋଇଛି। ଏବେ ମୁମ୍ବାଇ ତାହାର ଭାଗ୍ୟକୁ ଶୁକ୍ରବାର ହେବାକୁ ଥିବା କ୍ବାଲିଫାୟର-୨ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ବିପକ୍ଷରେ ପରୀକ୍ଷା କରିବ। ଏଥିପୂର୍ବରୁ ଉଭୟ ଦଳ ପରସ୍ପରକୁ ଦୁଇ ଥର ଭେଟାଭେଟି ହୋଇଥିଲା ବେଳେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ପ୍ରଥମ ମ୍ୟାଚ୍ରେ […]

Samaya Live Picture
Published On

ଅହମଦାବାଦ: ଏଲିମିନେଟରରେ ଆକାଶ ମାଧୱାଲଙ୍କ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ହରାଇ ୫ ଥରର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଷଷ୍ଠ ଟ୍ରଫି ଆଶା ପୁଣି ଉଜ୍ଜୀବିତ ହୋଇଛି। ଏବେ ମୁମ୍ବାଇ ତାହାର ଭାଗ୍ୟକୁ ଶୁକ୍ରବାର ହେବାକୁ ଥିବା କ୍ବାଲିଫାୟର-୨ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ବିପକ୍ଷରେ ପରୀକ୍ଷା କରିବ। ଏଥିପୂର୍ବରୁ ଉଭୟ ଦଳ ପରସ୍ପରକୁ ଦୁଇ ଥର ଭେଟାଭେଟି ହୋଇଥିଲା ବେଳେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ପ୍ରଥମ ମ୍ୟାଚ୍ରେ ଗୁଜରାଟା ୫୫ ରନ୍ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ମୁହାଁମୁହିଁରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍ ଶତକ ସହାୟତାରେ ମୁମ୍ବାଇ ୨୭ ରନ୍ରେ ବିଜୟୀ ହୋଇଥିଲା। ଲକ୍ଷ୍ନୌକୁ ହରାଇବା ପରେ ମୁମ୍ବାଇ ତାହାର ପ୍ରତିଦ୍ବନ୍ଦ୍ବୀଙ୍କୁ ସତର୍କ କରାଇଦେଇଛି। ଦଳରେ ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ପରିସ୍ଥିତି ଅନୁସାରେ ଯୁବ ଖେଳାଳିମାନେ ବି ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇପାରୁଛନ୍ତି। ତେଣୁ ଏଲିମିନେଟରରୁ ବିଜୟୀ ହେବା ପରେ ମୁମ୍ବାଇର ମନୋବଳ ଊର୍ଦ୍ଧ୍ବରେ ରହିଥିଲା ବେଳେ ଗୁଜରାଟ ପୁଣି ଥରେ ବିଜୟ ପାଇ ଲଗାତାର ଦ୍ବିତୀୟ ଥର ଫାଇନାଲ୍ରେ ପହଞ୍ଚିବାକୁ ଚେଷ୍ଟା କରିବ। ଗତ ସଂସ୍କରଣରେ ତଳେ ରହିଯାଇଥିବା ମୁମ୍ବାଇ ଏଥର ଉତ୍ଥାନ ପତନ ଦେଇ ପ୍ଲେ ଅଫ୍ରେ ପହଞ୍ଚିଥିଲା। କାମେରନ୍ ଗ୍ରିନ୍, ସୂର୍ଯ୍ୟକୁମାର ଯାଦବ, ଟମ୍ ଡେଭିଡ୍ଙ୍କ ଭଳି ବ୍ୟାଟର ସବୁ ପ୍ରକାରର ଆହ୍ବାନକୁ ସାମ୍ନା କରିବାରେ ସିଦ୍ଧହସ୍ତ। ଏପରିକି ଏମାନେ ଏବେ ଦଳର ମେରୁଦଣ୍ଡ ପାଲଟିଗଲେଣି। ତଥାପି ଏମାନଙ୍କୁ ଗୁଜରାଟ ବୋଲିଂ ଆକ୍ରମଣକୁ ସାମ୍ନା କରିବା ସେତେଟା ସହଜ ହୋଇନପାରେ। ମହମ୍ମଦ ସାମି ଏବେ ୧୫ ମ୍ୟାଚ୍ରୁ ସର୍ବାଧିକ ୨୬ ୱିକେଟ୍ ନେଇ ପ୍ରତ୍ୟେକ ବ୍ୟାଟରଙ୍କ ପାଇଁ ସତର୍କ ଘଣ୍ଟି ହୋଇସାରିଛନ୍ତି। ତାଙ୍କୁ ଟକ୍କର ଦେବା ପାଇଁ ମୁମ୍ବାଇ ତାହାର ଅଭିଜ୍ଞ ସ୍ପିନର ପିୟୁଷ ଚାୱଲା (୨୧ ୱିକେଟ୍, ୧୫ ମ୍ୟାଚ୍) ଙ୍କୁ ପଡ଼ିଆକୁ ଓହ୍ଲାଇବ। ଗୁଜରାଟର ଶୁବମନ ଗିଲ୍ ଓ ବିଜୟ ଶଙ୍କର ଲିଗ୍ ପର୍ଯ୍ୟାୟରେ ଅନେକ ରନ୍ ଉଠାଇଥିଲେ। ହେଲେ କ୍ବାଲିଫାୟର-୧ରେ ଗିଲ୍ଙ୍କ ବ୍ୟାଟ୍ ଶାନ୍ତ ପଡ଼ିବାରୁ ଗୁଜରାଟକୁ ସଂଘର୍ଷ କରିବାକୁ ପଡ଼ିଥିଲା। କିନ୍ତୁ ଦୁଇଟି ଶତକ ମାରିଥିବାରୁ ତାଙ୍କର ମନୋବଳ ହ୍ରାସ ପାଇବନି। ତେଣୁ ସେ ମୁମ୍ବାଇ ପାଇଁ ସବୁଠୁ ବଡ଼ ବିପଦ ହୋଇପାରନ୍ତି। ଗିଲ୍ (୭୨୨) ଏବେ ଅରେଞ୍ଜ କ୍ୟାପ୍ଠୁ (ଫାଫ୍ ଡୁପ୍ଲେସିସ୍ ୭୩୦) ୮ ରନ୍ ଦୂରରେ ଅଛନ୍ତି। ଏହାବାଦ୍ ଅଧିନାୟକ ପାଣ୍ଡ୍ୟା ଓ ଡେଭିଡ୍ ମିଲରଙ୍କ ବ୍ୟାଟରୁ ଦଳ ବଡ଼ ରନ୍ ଆଶା ରଖିଛି।

Tags: