ଆଜି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ

କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଜି ଆଇପିଏଲ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଚଳିତ ସଂସ୍କରଣରେ କେକେଆର୍ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠୁ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଦୁଇଜଣ ମ୍ୟାଚ୍ ବିଜୟୀଙ୍କୁ ପାଇଥିଲା। ପ୍ରଥମେ ଶାର୍ଦ୍ଦୁଳ ଠାକୁରଙ୍କ ବିଷ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮୧ ରନ୍ରେ ପରାସ୍ତ କରିଥିଲା। ଏଥିରେ ଠାକୁର ୨୯ ବଲ୍ରୁ ୬୮ ରନ୍ କରିଥିଲେ। ପରେ ଗୁଜରାଟ ଟାଇଟନ୍ସ […]

Samaya Live Picture
Published On

କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଜି ଆଇପିଏଲ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଚଳିତ ସଂସ୍କରଣରେ କେକେଆର୍ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠୁ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଦୁଇଜଣ ମ୍ୟାଚ୍ ବିଜୟୀଙ୍କୁ ପାଇଥିଲା। ପ୍ରଥମେ ଶାର୍ଦ୍ଦୁଳ ଠାକୁରଙ୍କ ବିଷ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮୧ ରନ୍ରେ ପରାସ୍ତ କରିଥିଲା। ଏଥିରେ ଠାକୁର ୨୯ ବଲ୍ରୁ ୬୮ ରନ୍ କରିଥିଲେ। ପରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରିଙ୍କୁ ସିଂହ ଶେଷ ଓଭରରେ ୫ ବଲ୍ରୁ ୫ ଛକା ମାରି ଅବିଶ୍ବସନୀୟ ଭାବେ ଦଳକୁ ଜିତାଇଥିଲେ। ଶେୟସ ଆୟର କିମ୍ବା ସାକିବ୍ ଅଲ୍ ହାସନଙ୍କ ଅନୁପସ୍ଥିତି ସତ୍ତ୍ବେ ଦଳ ଏବେ ମଜବୁତ୍ ପକ୍ଷ ଭାବେ ଉଭା ହୋଇଛି। ଏଡେନ୍ ମାର୍କ୍ରମଙ୍କ ନେତୃତ୍ବାଧୀନ ହାଇଦ୍ରାବାଦରେ ହାରି ବ୍ରୁକ୍, ମୟଙ୍କ ଅଗ୍ରୱାଲ, ହେନରିକ କ୍ଲାସେଁଙ୍କ ପରି ବଡ଼ବଡ଼ ନାଁ ରହିଛି। ହେଲେ ଏହା କେବଳ କାଗଜକଲମରେ ସୀମିତ ରହିଯାଇଛି। କାରଣ ହାଇଦ୍ରାବାଦ ପ୍ରଥମ ଦୁଇ ମ୍ୟାଚ୍ରେ ଆଶାନୁରୂପକ ପ୍ରଦର୍ଶନ ଦେଇପାରିନଥିଲା। ତଥାପି ରାହୁଲ ତ୍ରିପାଠୀଙ୍କ ୭୪ ରନ୍ ସହାୟତାରେ ଦଳ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମ ବିଜୟ ପାଇଥିଲା। ଏବେ ବ୍ରାଏନ୍ ଲାରାଙ୍କ ଦ୍ବାରା ପ୍ରଶିକ୍ଷିତ ଏହି ଦଳ ବିଜୟ ଧାରା ଜାରି ରଖିବାକୁ ଚାହିଁବ।

Tags: