ଆଜି ଏଫ୍ଆଇଏଚ୍ ପ୍ରୋ-ଲିଗରେ ବେଲଜିୟମକୁ ଭେଟିବ ଭାରତ
ଲଣ୍ଡନ: ଘରୋଇ ଲେଗ୍ରେ ଚମତ୍କାର ପ୍ରଦର୍ଶନ କରି ଶୀର୍ଷରେ ଥିବା ଭାରତ ଆଜିଠୁ ଏଫ୍ଆଇଏଚ୍ ପ୍ରୋ-ଲିଗ୍ର ବିଦେଶ ଲେଗ୍ ଅଭିଯାନ ଆରମ୍ଭ କରିବ। ଏଥିପାଇଁ ୟୁରୋପ ଗସ୍ତରେ ରହିଛି ଭାରତୀୟ ପୁରୁଷ ହକି ଦଳ। ପ୍ରଥମ ମ୍ୟାଚ୍ରେ ଏହି ଦଳ ଅଲିମ୍ପିକ୍ ବିଜେତା ବେଲଜିୟମକୁ ଭେଟିବ। ଏହାପରେ ଗ୍ରେଟ୍ ବ୍ରିଟେନ୍ ସହ ଖେଳିବ। ଭାରତ ଏହି ପ୍ରତିଯୋଗିତାର ୟୁରୋପ ଲେଗ୍ରେ ବେଲ୍ଜିୟମ ଓ ଗ୍ରେଟ୍ ବ୍ରିଟେନ୍ ପରେ ନେଦରଲାଣ୍ଡ୍ସରେ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନାକୁ ଭେଟିବ। ବିଶ୍ବକପ୍ରେ ଭଲ […]
ଲଣ୍ଡନ: ଘରୋଇ ଲେଗ୍ରେ ଚମତ୍କାର ପ୍ରଦର୍ଶନ କରି ଶୀର୍ଷରେ ଥିବା ଭାରତ ଆଜିଠୁ ଏଫ୍ଆଇଏଚ୍ ପ୍ରୋ-ଲିଗ୍ର ବିଦେଶ ଲେଗ୍ ଅଭିଯାନ ଆରମ୍ଭ କରିବ। ଏଥିପାଇଁ ୟୁରୋପ ଗସ୍ତରେ ରହିଛି ଭାରତୀୟ ପୁରୁଷ ହକି ଦଳ। ପ୍ରଥମ ମ୍ୟାଚ୍ରେ ଏହି ଦଳ ଅଲିମ୍ପିକ୍ ବିଜେତା ବେଲଜିୟମକୁ ଭେଟିବ। ଏହାପରେ ଗ୍ରେଟ୍ ବ୍ରିଟେନ୍ ସହ ଖେଳିବ। ଭାରତ ଏହି ପ୍ରତିଯୋଗିତାର ୟୁରୋପ ଲେଗ୍ରେ ବେଲ୍ଜିୟମ ଓ ଗ୍ରେଟ୍ ବ୍ରିଟେନ୍ ପରେ ନେଦରଲାଣ୍ଡ୍ସରେ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନାକୁ ଭେଟିବ। ବିଶ୍ବକପ୍ରେ ଭଲ ପ୍ରଦର୍ଶନ ଦେଇନଥିବା ଭାମରତ କିନ୍ତୁ ପ୍ରୋ-ଲିଗ୍ରେ ବିଶ୍ବ ବିଜେତା ଜର୍ମାନି ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜେୟ ରହି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିନେଇଥିଲା। ୮ ମ୍ୟାଚ୍ରୁ ଭାରତ ୧୯ ପଏଣ୍ଟ ପାଇଛି।




