ଆଜି ଉନ୍ମୋଚିତ ହେବ ବିଶ୍ବକପ୍‌ ଆନ୍ଥେମ୍‌ ‘ଦିଲ୍‌ ଜସ୍ନ ବୋଲେ’

ନୂଆଦିଲ୍ଲୀ: ବିଶ୍ବକପ୍‌ ଆରମ୍ଭ ହେବାକୁ ଆଉ ୧୫ ଦିନରୁ କମ୍‌ ସମୟ ଥିବା ବେଳେ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଏହି ମହାକୁମ୍ଭର ଅଫିସିଆଲ୍‌ ଆନ୍ଥେମ୍‌ ଉନ୍ମୋଚନ କରିବାକୁ ଯାଉଛି। ବୁଧବାର ମଧ୍ୟାହ୍ନ ୧୨ଟା ବେଳେ ଏହାକୁ ଉନ୍ମୋଚନ କରାଯିବ। ଆନ୍ଥେମ୍‌ର ଶୀର୍ଷକ ରଖାଯାଇଛି ‘ଦିଲ୍‌ ଜସ୍ନ ବୋଲେ’। ଏହାକୁ ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍‌ ସଂଯୋଜନା କରିଥିଲା ବେଳେ ଏହି ଆନ୍ଥେମ୍‌ରେ ବଲିଉଡ୍‌ ତାରକା ରଣବୀର ସିଂହ ଅଭିନୟ କରୁଛନ୍ତି। ଆନ୍ଥେମ୍‌ ଉନ୍ମୋଚନ ପୂର୍ବରୁ ଏହାର […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ବକପ୍‌ ଆରମ୍ଭ ହେବାକୁ ଆଉ ୧୫ ଦିନରୁ କମ୍‌ ସମୟ ଥିବା ବେଳେ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଏହି ମହାକୁମ୍ଭର ଅଫିସିଆଲ୍‌ ଆନ୍ଥେମ୍‌ ଉନ୍ମୋଚନ କରିବାକୁ ଯାଉଛି। ବୁଧବାର ମଧ୍ୟାହ୍ନ ୧୨ଟା ବେଳେ ଏହାକୁ ଉନ୍ମୋଚନ କରାଯିବ। ଆନ୍ଥେମ୍‌ର ଶୀର୍ଷକ ରଖାଯାଇଛି ‘ଦିଲ୍‌ ଜସ୍ନ ବୋଲେ’। ଏହାକୁ ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍‌ ସଂଯୋଜନା କରିଥିଲା ବେଳେ ଏହି ଆନ୍ଥେମ୍‌ରେ ବଲିଉଡ୍‌ ତାରକା ରଣବୀର ସିଂହ ଅଭିନୟ କରୁଛନ୍ତି। ଆନ୍ଥେମ୍‌ ଉନ୍ମୋଚନ ପୂର୍ବରୁ ଏହାର ପୋଷ୍ଟରକୁ ଆଇସିସି ମଙ୍ଗଳବାର ସୋସିଆଲ୍‌ ମିଡିଆରେ ପ୍ରକାଶିତ କରିଛି। ରଣବୀର ଏକ ନେଭି ବ୍ଲୁ ସାର୍ଟ ପିନ୍ଧିଥିବା ଦେଖାଯାଉଥିବା ବେଳେ ମେରୁନ୍‌ ରଙ୍ଗର ବ୍ଲେଜର ଓ ଟୋପି ପିନ୍ଧିଥିବା ଦେଖାଯାଇଛି।

 

Tags: