ଆଜି ଆରସିବିକୁ ଭେଟିବ ପଞ୍ଜାବ କିଙ୍ଗ୍ସ

ମୋହାଲି: ଚଳିତ ଆଇପିଏଲ୍ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ମୋହାଲିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭେଟିବ। ଏହି ମ୍ୟାଚ୍ ପୂର୍ବରୁ ଘରୋଇ ଦଳ ପାଇଁ ବଡ଼ ଚିନ୍ତା ହେଉଛି ଏହାର ଅଧିନାୟକ ଶିଖର ଧାୱନଙ୍କ ଆହତ ସମସ୍ୟା। ଫର୍ମରେ ଥିବା ୩୭ ବର୍ଷୀୟ ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ଖେଳିପାରିନଥିଲେ। ତେବେ ସାମ୍ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍କୁ ୨ ୱିକେଟ୍ରେ ଜିତି […]

Samaya Live Picture
Published On

ମୋହାଲି: ଚଳିତ ଆଇପିଏଲ୍ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ମୋହାଲିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭେଟିବ। ଏହି ମ୍ୟାଚ୍ ପୂର୍ବରୁ ଘରୋଇ ଦଳ ପାଇଁ ବଡ଼ ଚିନ୍ତା ହେଉଛି ଏହାର ଅଧିନାୟକ ଶିଖର ଧାୱନଙ୍କ ଆହତ ସମସ୍ୟା। ଫର୍ମରେ ଥିବା ୩୭ ବର୍ଷୀୟ ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ଖେଳିପାରିନଥିଲେ। ତେବେ ସାମ୍ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍କୁ ୨ ୱିକେଟ୍ରେ ଜିତି ନେଇଥିଲା। ଦଳର ଏହି ବିଜୟରେ ଜିମ୍ବାୱେ ଅଲ୍ରାଉଣ୍ଡର ସିକନ୍ଦର ରାଜା (୫୭)ଙ୍କ ବଡ଼ ଭୂମିକା ଥିଲା ବେଳେ ମାଥ୍ୟୁ ସର୍ଟ, ହରପ୍ରୀତ ସିଂହ ଓ ଶାହରୁଖ ଖାନ୍ ମୂଲ୍ୟବାନ ଅବଦାନ ରଖିଥିଲେ। ତଥାପି ଧାୱନ୍ଙ୍କ ଅନୁପସ୍ଥିତି ପଞ୍ଜାବ ପାଇଁ ଓପନିଂ ସମସ୍ୟା ସୃଷ୍ଟି କରିଥିଲା। ତାଙ୍କ ସାଥୀ ପ୍ରଭସିମ୍ରନ ସିଂହ (୪)ଙ୍କ ସହ ଅର୍ଥବ ତାଇଦେ (୦) ଓପନିଂ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଅନ୍ୟପକ୍ଷରେ ଆର୍ସିବି ଅଧିନାୟକ ଫାଫ ଡୁ’ପ୍ଲେସିସ ଓ ବିରାଟ କୋହଲି ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ଗଣାଯାଉଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଚତୁର୍ଥରେ ଖେଳିବାକୁ ଆସୁଥିଲା ବେଳେ ତାଙ୍କ ପଛକୁ ପଛ ଶାହବାଜ ଅହମଦ, ଦୀନେଶ କାର୍ତ୍ତିକ ଓ ସୂୟାଶ ପ୍ରଭୂଦେଶାଇଙ୍କୁ ନେଇ ଆର୍ସିବିର ବ୍ୟାଟିଂକ୍ରମ ଦୃଢ଼ ରହିଛି। ବୋଲିଂକ୍ରମ ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ୱେନ୍ ପାର୍ନେଲଙ୍କୁ ନେଇ ଦୃଢ଼ ରହିଛି।

Tags: