ଆଜି ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ-ପଞ୍ଜାବ କିଙ୍ଗ୍ସ ମୁକାବିଲା
ଗୌହାଟୀ: ଆଇପିଏଲ୍ର ଅଷ୍ଟମ ମ୍ୟାଚ୍ରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟେରେ ମୁକାବିଲା ହେବ। ସ୍ଥାନୀୟ ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ଏହି ଦୁଇ ଦଳ ସେମାନଙ୍କର ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ମୁହାଁମୁହିଁ ହେବେ। ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେଣୁ ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଉଭୟ ଦଳ ଚେଷ୍ଟା କରିବେ। ଗତଥରର ଉପବିଜେତା ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍ରେ ପରାସ୍ତ କରି ଭଲ ଆରମ୍ଭ […]
ଗୌହାଟୀ: ଆଇପିଏଲ୍ର ଅଷ୍ଟମ ମ୍ୟାଚ୍ରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟେରେ ମୁକାବିଲା ହେବ। ସ୍ଥାନୀୟ ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ଏହି ଦୁଇ ଦଳ ସେମାନଙ୍କର ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ମୁହାଁମୁହିଁ ହେବେ। ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେଣୁ ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଉଭୟ ଦଳ ଚେଷ୍ଟା କରିବେ। ଗତଥରର ଉପବିଜେତା ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍ରେ ପରାସ୍ତ କରି ଭଲ ଆରମ୍ଭ କରିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଡକ୍ୱର୍ଥ-ଲୁଇସରେ କୋଲ୍କାତା ନାଇଟ୍ ରାଇଡର୍ସକୁ ୭ ରନ୍ରେ ପରାସ୍ତ କରିଥିଲା।
ରାଜସ୍ଥାନ ରୟାଲ୍ସର ଶୀର୍ଷକ୍ରମ ବ୍ୟାଟର୍ ପ୍ରଥମ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବ୍ୟାଟର୍ ସିମ୍ରନ ହେଟମେୟରଙ୍କ ବିସ୍ଫୋରକ ପାଳି ଯୋଗୁଁ ଦଳ ୨୦୦ ରନ୍ ପାରି କରିଥିଲା। ବୋଲିଂରେ ବିଶ୍ବର ଅଗ୍ରଣୀ ଦ୍ରୁତ ବୋଲର ବୋଲ୍ଟଙ୍କ ସହ ସ୍ପିନର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ଦଳକୁ ଜିତାଇବା ପାଇଁ କିଛିବି କରିପାରିବେ। ଅନ୍ୟପଟେ ଶିଖର ଧାୱନ ଓ ଭାନୁକା ରାଜପକ୍ଷଙ୍କ ଉପରେ ପଞ୍ଜାବର ଶୀର୍ଷ କ୍ରମ ଏବଂ ବୋଲିଂ ବାହିନୀ ଦାୟିତ୍ବ ଯୁବ ବାମହାତୀ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ କାନ୍ଧରେ ରହିବ। କୋଲ୍କାତା ବିପକ୍ଷ ମ୍ୟାଚ୍ରେ ଖେଳିପାରିନଥିବା ଇଂଲଣ୍ଡ ବିସ୍ଫୋରକ ବ୍ୟାଟର୍ ଲିଅମ ଲିଭିଂଷ୍ଟୋନ୍ ଏବଂ ଅଲ୍ରାଉଣ୍ଡର ତଥା ଆଇପିଏଲ୍ ଇତିହାସର ଦାମୀ ଖେଳାଳି ସାମ କରନ ଏହି ମ୍ୟାଚ୍ରେ ଫେରିବାର ସମ୍ଭାବନା ରହିଛି। ଯଦି ଏମାନେ ଦଳ ସହ ଯୋଗଦିଅନ୍ତି ତାହେଲେ ମ୍ୟାଚ୍ ଅଧିକ ରୋମାଞ୍ଚକର ହୋଇପାରିବ।




