ଆଜି ଆଇପଏଲ୍ରେ ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ
ଲକ୍ଷ୍ନୌ : ଚଳିତ ଆଇପିଏଲ୍ରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ନୂଆ ଅଧିନାୟକ ଏଡେନ ମାରକ୍ରମଙ୍କ ନେତୃତ୍ବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। ପ୍ରଥମ ମ୍ୟାଚ୍ରେ ମାରକ୍ରମଙ୍କ ଅନୁପସ୍ଥିତରେ ଭୁବନେଶ୍ବର କୁମାର ଏହି ଦଳର ନେତୃତ୍ବ ନେଇଥିଲେ। ହେଲେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳ ୭୨ ରନ୍ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିଥିଲା। ଏବେ ମାରକ୍ରମଙ୍କ ସହ ମାର୍କୋ ଜାନସେନ ଓ ହେନରିକ୍ କ୍ଲାସେଁ ମଧ୍ୟ ହାଇଦ୍ରାବାଦ ସହ ଯୋଗଦେଇଛନ୍ତି। […]
ଲକ୍ଷ୍ନୌ : ଚଳିତ ଆଇପିଏଲ୍ରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ନୂଆ ଅଧିନାୟକ ଏଡେନ ମାରକ୍ରମଙ୍କ ନେତୃତ୍ବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। ପ୍ରଥମ ମ୍ୟାଚ୍ରେ ମାରକ୍ରମଙ୍କ ଅନୁପସ୍ଥିତରେ ଭୁବନେଶ୍ବର କୁମାର ଏହି ଦଳର ନେତୃତ୍ବ ନେଇଥିଲେ। ହେଲେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳ ୭୨ ରନ୍ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିଥିଲା। ଏବେ ମାରକ୍ରମଙ୍କ ସହ ମାର୍କୋ ଜାନସେନ ଓ ହେନରିକ୍ କ୍ଲାସେଁ ମଧ୍ୟ ହାଇଦ୍ରାବାଦ ସହ ଯୋଗଦେଇଛନ୍ତି। ଗତ ବର୍ଷ ହାଇଦ୍ରାବାଦ ଅଷ୍ଟମ ସ୍ଥାନରେ ରହିଥିଲା। ଏବେ ଏହି ଦଳ ମାରକ୍ରମଙ୍କ ନେତୃତ୍ବରେ ଭଲ କରିବା ଆଶାରେ ରହିଛି। ଅନ୍ୟପକ୍ଷରେ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ପରାଜୟର ସ୍ବାଦ ଚାଖିଛି। ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କଡ଼ା ସଂଘର୍ଷ କରି ୧୨ ରନ୍ରେ ହାରିଥିଲା। ରାହୁଲଙ୍କ ଆରମ୍ଭ ଭଲ ହୋଇନଥିଲେ ମଧ୍ୟ କାଇଲ ମେୟର୍ସ ଦୁଇଟି ମ୍ୟାଚ୍ରେ ଦୁଇଟି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଦିଲ୍ଲୀ ବିପକ୍ଷରେ ୫ ୱିକେଟ୍ ନେଇଥିବା ଦ୍ରୁତ ବୋଲର ମାର୍କ ଉଡ୍ ଚେନ୍ନାଇ ବିପକ୍ଷରେ ୩ ଓ ସ୍ପିନର ରବି ବିଷ୍ଣୋଇ ଦୁଇଟି ମ୍ୟାଚ୍ରେ ୫ ୱିକେଟ୍ ଅକ୍ତିଆର କରିଛନ୍ତି। ତେଣୁ ଶୁକ୍ରବାର ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିବ ଲକ୍ଷ୍ନୌ।




