ଆଜିଠୁ ମହିଳା ପ୍ରିମିୟର ଲିଗ୍: ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଉଦ୍‌ଘାଟନୀ ମୁକାବିଲା

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ଦ୍ବିତୀୟ ସଂସ୍କରଣ ଆଜିଠୁ ଆରମ୍ଭ ହେବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ଉଦ୍ଘାଟନୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ବିଜେତା ମୁମ୍ବାଇ ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ବିଜୟ ଅଭିଯାନ ଲକ୍ଷ୍ୟ ରଖିଛି। ଦଳରେ ଅନେକ ଅଲ୍ରାଉଣ୍ଡର ହାଲି ମାଥ୍ୟୁସ, ନାଟ ସ୍କିଭର-ବ୍ରଣ୍ଟ, ଆମେଲିଆ କେର୍ଙ୍କ ସହ ଅଧିନାୟକ କୌର ଥିବାରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଅଡ଼ୁଆରେ ପଡ଼ିବନି। ସାଇକା […]

Samaya Live Picture
Published On

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ଦ୍ବିତୀୟ ସଂସ୍କରଣ ଆଜିଠୁ ଆରମ୍ଭ ହେବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ଉଦ୍ଘାଟନୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ବିଜେତା ମୁମ୍ବାଇ ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ବିଜୟ ଅଭିଯାନ ଲକ୍ଷ୍ୟ ରଖିଛି। ଦଳରେ ଅନେକ ଅଲ୍ରାଉଣ୍ଡର ହାଲି ମାଥ୍ୟୁସ, ନାଟ ସ୍କିଭର-ବ୍ରଣ୍ଟ, ଆମେଲିଆ କେର୍ଙ୍କ ସହ ଅଧିନାୟକ କୌର ଥିବାରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଅଡ଼ୁଆରେ ପଡ଼ିବନି। ସାଇକା ଈସାକ୍, ଇସି ୱଙ୍ଗ, ଫତିମା ଜାଫର ଓ ଏସ୍ କୀର୍ଥାନ୍ନା ବୋଲିଂ ବାହିନୀର ଦାୟିତ୍ବ ନେବେ। ଅନ୍ୟପକ୍ଷରେ ଦିଲ୍ଲୀ ଦଳ ମେଗ୍ ଲାନିଂ ନେତୃତ୍ବରେ ଖେଳିବ। ଗତ ସଂସ୍କରଣରେ ଖେଳିଥିବା ଦଳ ପ୍ରାୟତଃ ଅପରିବର୍ତ୍ତିତ ରହିଥିଲା ବେଳେ ଅଲ୍ରାଉଣ୍ଡର ଆନ୍ନାବେଲ ସଦରଲାଣ୍ଡ ଯୋଡ଼ି ହୋଇଛନ୍ତି। ଏହି ଦଳରେ ଅପର୍ଣ୍ଣା ମଣ୍ଡଳ, ଅଶ୍ବିନୀ କୁମାରୀ, ଜେମିମା ରଡ୍ରିଗୁଏଜ, ଲୌରା ହାରିସ, ତାନିୟା ଭାଟିଆ, ଆଲିସ୍ କାପସି, ମାରିଜାନ କାପ, ଶିଖା ପାଣ୍ଡେ ରହିଛନ୍ତି।

Tags: