ଆଜିଠୁ ତୃତୀୟ ଆସେସ୍ ଟେଷ୍ଟ: ଇଂଲଣ୍ଡ ଦଳକୁ ଫେରିଲେ ମୋଇନ ଅଲ୍ଲୀ
ଲିଡ୍ସ: ଅସେସ୍ ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ ଲିଡ୍ସରେ ଆଜିଠାରୁ ଆରମ୍ଭ ହେବ। ଏଥିଲାଗି ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍ରେ ଖେଳିଥିବା ଦଳରେ ୩ ପରିବର୍ତ୍ତନ ହୋଇଛି। ଆହତ ଯୋଗୁଁ ଦ୍ବିତୀୟ ମ୍ୟାଚ୍ ଖେଳିନଥିବା ମୋଇନ ଅଲୀଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ସେ ଆହତ ଯୋଗୁଁ ଆସେସ୍ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ଓଲି ପୋପ୍ଙ୍କ ସ୍ଥାନରେ ଖେଳିବେ। ତେବେ ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ଙ୍କ ସହ ଜୋସ ଟଙ୍ଗଙ୍କୁ […]
ଲିଡ୍ସ: ଅସେସ୍ ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ ଲିଡ୍ସରେ ଆଜିଠାରୁ ଆରମ୍ଭ ହେବ। ଏଥିଲାଗି ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍ରେ ଖେଳିଥିବା ଦଳରେ ୩ ପରିବର୍ତ୍ତନ ହୋଇଛି। ଆହତ ଯୋଗୁଁ ଦ୍ବିତୀୟ ମ୍ୟାଚ୍ ଖେଳିନଥିବା ମୋଇନ ଅଲୀଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ସେ ଆହତ ଯୋଗୁଁ ଆସେସ୍ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ଓଲି ପୋପ୍ଙ୍କ ସ୍ଥାନରେ ଖେଳିବେ। ତେବେ ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ଙ୍କ ସହ ଜୋସ ଟଙ୍ଗଙ୍କୁ ବିଶ୍ରାମ ଦିଆଯାଇଛି। ଏମାନଙ୍କ ସ୍ଥାନରେ ମାର୍କ ଉଡ ଓ ସିମ୍ ବୋଲିଂ ଅଲ୍ରାଉଣ୍ଡର କ୍ରିସ ୱକ୍ସ ସାମିଲ ହୋଇଛନ୍ତି। ପୋପ୍ ବାଦ୍ ପଡ଼ିଥିବାରୁ ହାରି ବ୍ରୁକ୍ ୩ ନମ୍ବରରେ ଖେଳିବା ସମ୍ଭାବନା ରହିଛି।
ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ: ବେନ୍ ଡକେଟ, ଜାକ କ୍ରଲି, ହାରି ବ୍ରୁକ୍, ଜୋ ରୁଟ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ମୋଇନ ଅଲୀ, କ୍ରିସ ୱକ୍ସ, ମାର୍କ ଉଡ, ଓଲି ରବିନସନ, ଷ୍ଟୁଆର୍ଟ ବ୍ରଡ।




