ଆଇସିସି ହଲ୍ ଅଫ୍ ଫେମରେ ଇଦୁଲ୍ଜି, ସେହବାଗ, ଅରବିନ୍ଦ ଡି’ସିଲ୍ଭା
ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି ଭାରତୀୟ କିଂବଦନ୍ତି କ୍ରିକେଟର୍ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା। ଏମାନଙ୍କୁ ଔପଚାରିକ ଭାବେ ହଲ୍ ଅଫ୍ ଫେମରେ ଆସନ୍ତା ୧୫ ତାରିଖରେ ସାମିଲ କରାଯିବ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ବିଶ୍ବକପ୍ ସେମିଫାଇନାଲ୍ ଅବସରରେ ଏହି ତିନିଜଣଙ୍କୁ ଆଇସିସି ବିଶେଷ ଭାବେ ସମ୍ମାନିତ କରିବ ବୋଲି ଜଣାପଡ଼ିଛି। ଇଦୁଲଜି ପ୍ରଥମ […]
ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି ଭାରତୀୟ କିଂବଦନ୍ତି କ୍ରିକେଟର୍ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା। ଏମାନଙ୍କୁ ଔପଚାରିକ ଭାବେ ହଲ୍ ଅଫ୍ ଫେମରେ ଆସନ୍ତା ୧୫ ତାରିଖରେ ସାମିଲ କରାଯିବ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ବିଶ୍ବକପ୍ ସେମିଫାଇନାଲ୍ ଅବସରରେ ଏହି ତିନିଜଣଙ୍କୁ ଆଇସିସି ବିଶେଷ ଭାବେ ସମ୍ମାନିତ କରିବ ବୋଲି ଜଣାପଡ଼ିଛି। ଇଦୁଲଜି ପ୍ରଥମ ଭାରତୀୟ ମହିଳା କ୍ରିକେଟର୍ ଭାବେ ଆଇସିସି ହଲ୍ ଅଫ୍ ଫେମରେ ସ୍ଥାନ ପାଇବାକୁ ଯାଉଛନ୍ତି। ସେ ଭାରତ ପାଇଁ ୨୦ଟେଷ୍ଟ ଓ ୩୪ ଦିନିକିଆ ମ୍ୟାଚ୍ ଖେଳି ଯଥାକ୍ରମେ ୪୦୪ ଓ ୨୧୧ ୱିକେଟ୍ ନେଇଛନ୍ତି। ତାଙ୍କ ୧୭ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍ ଅଭିଜ୍ଞତା ରହିଛି। ସେହିପରି ସେହବାଗ୍ ୧୪ ବର୍ଷର କ୍ୟାରିଅରରେ ୧୭ହଜାରରୁ ଊର୍ଦ୍ଧ୍ବ ଆନ୍ତର୍ଜାତିକ ରନ୍ ଏବଂ ଡି’ସିଲ୍ଭା ୧୯ ବର୍ଷର ଅଭିଜ୍ଞତା ରଖିଛନ୍ତି।




