ଆଇସିସି ମାନ୍ୟତାରେ ହର୍ମନପ୍ରୀତ, ମନ୍ଧାନା ଗୋଟିଏ ସ୍ଥାନ ତଳକୁ ଖସିଲେ
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟିକା ହର୍ମନପ୍ରୀତ କୌର ଓ ଉପଅଧିନାୟିକା ସ୍ମୃତି ମନ୍ଧାନା ଆଇସିସି ମହିଳା ମାନ୍ୟତାରେ ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି। ହର୍ମନପ୍ରୀତ ଷଷ୍ଠ ଓ ସ୍ମୃତି ସପ୍ତମ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ଅଧିନାୟିକା ଚମାରି ଆଟାପଟୁ ୭୫୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ବାମହାତୀ ସ୍ପିନର ରାଜେଶ୍ବରୀ ଗାଏକ୍ବାଡ ୬୧୭ ପଏଣ୍ଟ ସହ ଅଷ୍ଟମ ଓ ଅଫ୍ସ୍ପିନର ଦୀପ୍ତି ଶର୍ମା ଦଶମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ […]
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟିକା ହର୍ମନପ୍ରୀତ କୌର ଓ ଉପଅଧିନାୟିକା ସ୍ମୃତି ମନ୍ଧାନା ଆଇସିସି ମହିଳା ମାନ୍ୟତାରେ ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି। ହର୍ମନପ୍ରୀତ ଷଷ୍ଠ ଓ ସ୍ମୃତି ସପ୍ତମ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ଅଧିନାୟିକା ଚମାରି ଆଟାପଟୁ ୭୫୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ବାମହାତୀ ସ୍ପିନର ରାଜେଶ୍ବରୀ ଗାଏକ୍ବାଡ ୬୧୭ ପଏଣ୍ଟ ସହ ଅଷ୍ଟମ ଓ ଅଫ୍ସ୍ପିନର ଦୀପ୍ତି ଶର୍ମା ଦଶମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଇଂଲଣ୍ଡର ସୋଫି ଇକ୍ଲେଷ୍ଟୋନ୍ ୭୫୧ ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଅଲରାଉଣ୍ଡରଙ୍କ ମଧ୍ୟରେ ଦୀପ୍ତି ୩୨୨ ପଏଣ୍ଟରେ ଷଷ୍ଠ ସ୍ଥାନରେ ରହିଛନ୍ତି। ଟ୍ବେଣ୍ଟି-୨୦ ମାନ୍ୟତାରେ ସ୍ମୃତି ତୃତୀୟ ସ୍ଥାନରେ ସ୍ଥିର ଥିବା ବେଳେ ଦୀପ୍ତି ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ରେଣୁକା ସିଂହ ନବମ ସ୍ଥାନରେ ଅଛନ୍ତି। ଟ୍ବେଣ୍ଟି-୨୦ ମାନ୍ୟତାରେ ଅଲରାଉଣ୍ଡର ଦୀପ୍ତି ତୃତୀୟ ସ୍ଥାନରେ ସ୍ଥିର ରହିଛନ୍ତି।




