ଆଇସିସି ପକ୍ଷରୁ ଦିନିକିଆ ଓ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଡିସେମ୍ବରରୁ ପରୀକ୍ଷାମୂଳକ ଭାବେ ଲାଗୁ ହେବ ‘ଷ୍ଟପ୍ କ୍ଲକ୍’ ନିୟମ
ଦୁବାଇ: ପୁରୁଷ ଦିନିକିଆ ଓ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ପ୍ରଥମ ଥର ପାଇଁ ‘ଷ୍ଟପ୍ କ୍ଲକ୍’ ନିୟମ ଲାଗୁ କରାଯିବ। ଡିସେମ୍ବରରୁ ଆସନ୍ତା ବର୍ଷ ଏପ୍ରିଲ ମାସ ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍ଗୁଡ଼ିକରେ ଏହି ନୂଆ ନିୟମ ପରୀକ୍ଷାମୂଳକ ଭାବେ ଲାଗୁ ହେବ। ବୋଲିଂ କରୁଥିବା ଦଳ ଗୋଟିଏ ଓଭର ଶେଷ କରିବାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭରକୁ ଆରମ୍ଭ କରିବାକୁ ପଡ଼ିବ। ଗୋଟିଏ ପାଳି ମଧ୍ୟରେ ତୃତୀୟ ଥର ପାଇଁ ଓଭର ଆରମ୍ଭ କରିବାକୁ […]
ଦୁବାଇ: ପୁରୁଷ ଦିନିକିଆ ଓ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ପ୍ରଥମ ଥର ପାଇଁ ‘ଷ୍ଟପ୍ କ୍ଲକ୍’ ନିୟମ ଲାଗୁ କରାଯିବ। ଡିସେମ୍ବରରୁ ଆସନ୍ତା ବର୍ଷ ଏପ୍ରିଲ ମାସ ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍ଗୁଡ଼ିକରେ ଏହି ନୂଆ ନିୟମ ପରୀକ୍ଷାମୂଳକ ଭାବେ ଲାଗୁ ହେବ। ବୋଲିଂ କରୁଥିବା ଦଳ ଗୋଟିଏ ଓଭର ଶେଷ କରିବାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭରକୁ ଆରମ୍ଭ କରିବାକୁ ପଡ଼ିବ। ଗୋଟିଏ ପାଳି ମଧ୍ୟରେ ତୃତୀୟ ଥର ପାଇଁ ଓଭର ଆରମ୍ଭ କରିବାକୁ ୬୦ ସେକେଣ୍ଡରୁ ଅଧିକ ସମୟ ନେଲେ ଏହି ଦଳ ଉପରେ ୫ ପେନାଲ୍ଟି ରନ୍ ଦଣ୍ଡ ଲାଗୁହେବ ବୋଲି ଆଇସିସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସେହିପରି ଲିଙ୍ଗ ପରିବର୍ତ୍ତନ କରି ମହିଳା କ୍ରିକେଟ୍ରେ ଖେଳିବାକୁ ଚାହୁଥିବା ଖେଳାଳିମାନଙ୍କ ପାଇଁ ଆଇସିସି ଦ୍ବାର ବନ୍ଦ କରିଦେଇଛି। ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଦୁଇ ବର୍ଷ ପରେ ଏହି ନିୟମର ପ୍ରଭାବ କ’ଣ ରହୁଛି ତାହାକୁ ତର୍ଜମା କରାଯିବ। କିନ୍ତୁ ଘରୋଇ କ୍ରିକେଟ୍ରେ ସଂପୃକ୍ତ ବୋର୍ଡ ଏହା ଉପରେ ନିଷ୍ପତ୍ତି ନେଇପାରିବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଏହାଛଡ଼ା ପିଚ୍ ଓ ଆଉଟ୍ଫିଲ୍ଡରେ କୌଣସି ପରିବର୍ତ୍ତନ ହେଲେ କିମ୍ବା ୫ରୁ ଅଧିକ ଡିମେରିଟ୍ ପଏଣ୍ଟ୍ ମିଳିଲେ ସଂପୃକ୍ତ ସ୍ଥାନ ଆନ୍ତର୍ଜାତିକ ମାନ୍ୟତା ହରାଇବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।




