ଆଇସିସି ଦିନିକିଆ ମାନ୍ୟତାରେ କୋହଲି ତୃତୀୟ; ଗିଲ୍ ଗିଲ୍ ଶୀର୍ଷରେ ସ୍ଥିର

ଦୁବାଇ: ଚାରି ଦିନ ତଳେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ ଦେଇଥିବା ଭାରତୀୟ ବ୍ୟାଟର୍ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାରେ ତୃତୀୟ ସ୍ଥାନକୁ ଉଠିଛନ୍ତି। ଏହି ବିଶ୍ବକପ୍ରେ କୋହଲି ୭୬୫ ରନ୍ କରି ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ତାଙ୍କ ସାଥୀ ବ୍ୟାଟର୍ ଶୁବମନ ଗିଲ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଗିଲ୍ଙ୍କଠୁ କୋହଲି (୭୯୧) ୩୩ ପଏଣ୍ଟ ପଛରେ ରହିଛନ୍ତି। ଗିଲଙ୍କ ୮୨୬ ରେଟିଂ ପଏଣ୍ଟ ଥିଲା ବେଳେ ଦ୍ବିତୀୟରେ ଥିବା […]

Samaya Live Picture
Published On

ଦୁବାଇ: ଚାରି ଦିନ ତଳେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ ଦେଇଥିବା ଭାରତୀୟ ବ୍ୟାଟର୍ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାରେ ତୃତୀୟ ସ୍ଥାନକୁ ଉଠିଛନ୍ତି। ଏହି ବିଶ୍ବକପ୍ରେ କୋହଲି ୭୬୫ ରନ୍ କରି ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ତାଙ୍କ ସାଥୀ ବ୍ୟାଟର୍ ଶୁବମନ ଗିଲ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଗିଲ୍ଙ୍କଠୁ କୋହଲି (୭୯୧) ୩୩ ପଏଣ୍ଟ ପଛରେ ରହିଛନ୍ତି। ଗିଲଙ୍କ ୮୨୬ ରେଟିଂ ପଏଣ୍ଟ ଥିଲା ବେଳେ ଦ୍ବିତୀୟରେ ଥିବା ପାକିସ୍ତାନର ବାବର ଆଜମଙ୍କ ୮୨୪ ପଏଣ୍ଟ ରହିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା (୭୬୯) ଚତୁର୍ଥ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଓପନର୍ କ୍ବିଣ୍ଟନ ଡି’କକ୍ ଦୁଇଟି ସ୍ଥାନ ତଳକୁ ଖସି ପଞ୍ଚମ, ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ୫ଟି ସ୍ଥାନ ଲମ୍ଫ ଦେଇ ଷଷ୍ଠରେ ଅଛନ୍ତି। ଫାଇନାଲ୍ରେ ଶତକୀୟ ପାଳି ଖେଳିଥିବା ଅଷ୍ଟ୍ରେଲିଆ ଓପନର୍ ଟ୍ରାଭିସ ହେଡ୍ ୨୮ ସ୍ଥାନ ଉଠି ୧୫ରେ ପହଞ୍ଚିଛନ୍ତି। ବୋଲିଂରେ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଭାରତର ମହମ୍ମଦ ସିରାଜ ତୃତୀୟ ଓ ଯଶପ୍ରୀତ ବୁମ୍ରା ଚତୁର୍ଥରେ ରହିଛନ୍ତି। କୁଲଦୀପ ଯାଦବ ଗୋଟିଏ ସ୍ଥାନ ଖସି ଷଷ୍ଠରେ ରହିଛନ୍ତି।

Tags: