ଆଇସିସି ଦିନିକିଆ ମାନ୍ୟତାରେ ରୋହିତ ଷଷ୍ଠକୁ ଉନ୍ନୀତ

ଦୁବାସଇ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚିଛନ୍ତି। ବିଶ୍ବକପ୍ରେ ଚମତ୍କାର ପ୍ରଦର୍ଶନ ପରେ ବୁଧବାର ଘୋଷିତ ମାନ୍ୟତାରେ ତାଙ୍କର ଏହି ଅଗ୍ରଗତି ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ରୋହିତ ୧୩୧ ରନ୍ କରିବା ପରେ ପାକିସ୍ତାନ ବିପକ୍ଷରେ ୮୬ ରନ୍ କରିଥିଲେ। ଲଗାତାର ଦୁଇ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ୱିକେଟ ରକ୍ଷକ ବ୍ୟାଟର୍ କ୍ବିଣ୍ଟନ ଡି’କକ୍ ୩ ସ୍ଥାନ ଉଠି ତୃତୀୟରେ ଏବଂ ସାଥୀ […]

Samaya Live Picture
Published On

ଦୁବାସଇ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚିଛନ୍ତି। ବିଶ୍ବକପ୍ରେ ଚମତ୍କାର ପ୍ରଦର୍ଶନ ପରେ ବୁଧବାର ଘୋଷିତ ମାନ୍ୟତାରେ ତାଙ୍କର ଏହି ଅଗ୍ରଗତି ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ରୋହିତ ୧୩୧ ରନ୍ କରିବା ପରେ ପାକିସ୍ତାନ ବିପକ୍ଷରେ ୮୬ ରନ୍ କରିଥିଲେ। ଲଗାତାର ଦୁଇ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ୱିକେଟ ରକ୍ଷକ ବ୍ୟାଟର୍ କ୍ବିଣ୍ଟନ ଡି’କକ୍ ୩ ସ୍ଥାନ ଉଠି ତୃତୀୟରେ ଏବଂ ସାଥୀ ରାଶି ଭାନ୍ ଡର ଦୁସେନ ଚତୁର୍ଥରେ ରହିଛନ୍ତି। ଆଫଗାନିସ୍ତାନ ଓପନର୍ ରହମନୁଲ୍ଲା ଗୁରବାଜ (୧୯ ସ୍ଥାନ ଉଠି ୧୮) ଏବଂ ନେଦରଲାଣ୍ଡ୍ସ ଅଧିନାୟକ ସ୍କଟ ଏଡୱାର୍ଡ୍ସ (୧୬ ସ୍ଥାନ ଉଠି ୨୭) ବଡ଼ ଲମ୍ଫ ମାରିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ (୮୮୬ ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଓପନର୍ ଶୁବମନ ଗିଲ ଦ୍ବିତୀୟରେ ରହିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ଭେଟେରାନ ଟ୍ରେଣ୍ଟ ବୋଲ୍ଟ (୬୫୯ ପଏଣ୍ଟ) ଏକ ନମ୍ବରର ନିକଟତର ହୋଇଛନ୍ତି। ଅଷ୍ଟ୍ରେଲିଆର ଜୋସ ହାଜେଲଉଡ଼ (୬୬୦ ପଏଣ୍ଟ) ଶୀର୍ଷରେ ଅଛନ୍ତି। ଭାରତର ମହମ୍ମଦ ସିରାଜ ତୃତୀୟରେ ସ୍ଥିର ଥିଲା ବେଳେ ଆଫ୍ଗାନିସ୍ତାନର ରସିଦ ଖାନ ଚତୁର୍ଥ, ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ପଞ୍ଚମକୁ ଉଠିଛନ୍ତି। କୁଲଦୀପ ଯାଦବ ଅଷ୍ଟମ ଏବଂ ଯଶପ୍ରୀତ ବୁମ୍ରା ୧୪ତମ ସ୍ଥାନରେ ରହିଛନ୍ତି।

Tags: