ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଶୀର୍ଷ ସ୍ଥାନରେ ବଜାୟ ରଖିଲେ ସୂର୍ଯ୍ୟ
ଦୁବାଇ: ଭାରତୀୟ ବ୍ୟାଟର ସୂର୍ଯ୍ୟକମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟର୍ଙ୍କ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଏବେ ଫର୍ମ ସହ ସଂଘର୍ଷ କରୁଥିଲେ ମଧ୍ୟ ସୂର୍ଯ୍ୟ ସର୍ବାଧିକ ୯୦୬ ରେଟିଂ ପଏଣ୍ଟରେ ପ୍ରଥମ ସ୍ଥାନରେ ସ୍ଥିର ରହିଛନ୍ତି। ଏପରିକି ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ପାକିସ୍ତାନ ୱିକେଟ୍ରକ୍ଷକ/ବ୍ୟାଟର୍ ମହମ୍ମଦ ରିଜ୍ୱାନ୍ଙ୍କଠୁ ସେ ୧୦୦ରୁ ଅଧିକ ରେଟିଂ ପଏଣ୍ଟ ଉପରେ ରହିଛନ୍ତି। ସୂର୍ଯ୍ୟକୁମାର ଏକମାତ୍ର ଭାରତୀୟ ଭାବେ ଶୀର୍ଷ-୧୦ରେ ରହିଛନ୍ତି। ତାଙ୍କ ପଛକୁ ପରବର୍ତୀ […]
ଦୁବାଇ: ଭାରତୀୟ ବ୍ୟାଟର ସୂର୍ଯ୍ୟକମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟର୍ଙ୍କ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଏବେ ଫର୍ମ ସହ ସଂଘର୍ଷ କରୁଥିଲେ ମଧ୍ୟ ସୂର୍ଯ୍ୟ ସର୍ବାଧିକ ୯୦୬ ରେଟିଂ ପଏଣ୍ଟରେ ପ୍ରଥମ ସ୍ଥାନରେ ସ୍ଥିର ରହିଛନ୍ତି। ଏପରିକି ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ପାକିସ୍ତାନ ୱିକେଟ୍ରକ୍ଷକ/ବ୍ୟାଟର୍ ମହମ୍ମଦ ରିଜ୍ୱାନ୍ଙ୍କଠୁ ସେ ୧୦୦ରୁ ଅଧିକ ରେଟିଂ ପଏଣ୍ଟ ଉପରେ ରହିଛନ୍ତି। ସୂର୍ଯ୍ୟକୁମାର ଏକମାତ୍ର ଭାରତୀୟ ଭାବେ ଶୀର୍ଷ-୧୦ରେ ରହିଛନ୍ତି। ତାଙ୍କ ପଛକୁ ପରବର୍ତୀ ଶ୍ରେଷ୍ଠ ଭାରତୀୟ ବ୍ୟାଟର୍ ଭାବେ ପୂର୍ବତନ ଅଧିନାୟକ ବିରାଟ କୋହଲି ପଞ୍ଚଦଶ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମାନ୍ୟତା ତାଲିକାରେ ମଧ୍ୟ କୌଣସି ଭାରତୀୟ ଶୀର୍ଷ-୧୦ ମଧ୍ୟରେ ସ୍ଥାନ ପାଇନଥିଲା ବେଳେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ୧୪ତମ ସ୍ଥାନରେ ରହିଛନ୍ତି। ଭେଟେରାନ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଗୋଟିଏ ସ୍ଥାନ ଖସି ୧୯ରେ ପହଞ୍ଚିଛନ୍ତି।




