ଆଇସିସି ଟେଷ୍ଟ୍‌ ଦଳରେ ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ବିନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ନେତୃତ୍ବରେ ୨୦୨୩ର ଶ୍ରେଷ୍ଠ ଟେଷ୍ଟ୍‌ ଦଳ ଘୋଷିତ ହୋଇଛି। ଏହି ଦଳରେ ଭାରତରୁ କେବଳ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ସ୍ଥାନ ପାଇଛନ୍ତି। ଅଶ୍ବିନ ଗତବର୍ଷ ବର୍ଡର ଗାଭାସ୍କର ଟ୍ରଫିରେ ସର୍ବାଧିକ ୨୫ ୱିକେଟ୍‌ ଅକ୍ତିଆର କରିଥିଲେ। ପ୍ରଥମ ଟେଷ୍ଟରେ ସେ ୫ ୱିକେଟ୍‌ ସଫଳତା ପାଇବା ସହ ଉଭୟ ପାଳିରେ ବ୍ୟାଟ୍ରେ ମଧ୍ୟ ଅବଦାନ ରଖିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ […]

Samaya Live Picture
Published On

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ନେତୃତ୍ବରେ ୨୦୨୩ର ଶ୍ରେଷ୍ଠ ଟେଷ୍ଟ୍‌ ଦଳ ଘୋଷିତ ହୋଇଛି। ଏହି ଦଳରେ ଭାରତରୁ କେବଳ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ସ୍ଥାନ ପାଇଛନ୍ତି। ଅଶ୍ବିନ ଗତବର୍ଷ ବର୍ଡର ଗାଭାସ୍କର ଟ୍ରଫିରେ ସର୍ବାଧିକ ୨୫ ୱିକେଟ୍‌ ଅକ୍ତିଆର କରିଥିଲେ। ପ୍ରଥମ ଟେଷ୍ଟରେ ସେ ୫ ୱିକେଟ୍‌ ସଫଳତା ପାଇବା ସହ ଉଭୟ ପାଳିରେ ବ୍ୟାଟ୍ରେ ମଧ୍ୟ ଅବଦାନ ରଖିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା। ଏହାସତ୍ତ୍ବେ ସେ ଡବ୍‌ଲ୍ୟୁଟିସି ଫାଇନାଲ୍‌ର ଭାରତୀୟ ଏକାଦଶରେ ସ୍ଥାନ ପାଇନଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରି ପ୍ରଥମ ମ୍ୟାଚରେ ୧୨ ୱିକେଟ୍ (୫/୬୦, ୭/୭୧) ଅକ୍ତିଆର କରିବା ସହ ଦ୍ବିତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ଓ ୩ ୱିକେଟ୍‌ ଦଖଲ କରିଥିଲେ। ଅନ୍ୟପକ୍ଷରେ ଜାଡ଼େଜା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁରରେ ୫ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ମାରିଥିଲେ। କିନ୍ତୁ ପରବର୍ତ୍ତୀ ମ୍ୟାଚ୍‌ରେ ସେ ୧୦ ୱିକେଟ୍‌ ସଫଳତା ପାଇବାରୁ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିପାରିଥିଲା। ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ମଧ୍ୟ ସେ ୫ ୱିକେଟ୍‌ ପାଇବା ସହ ୪୮ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ।

Tags: