ଆଇସିସି ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର ଯାଦବ
ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ଆଇପିଏଲ୍ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ । ଏପରିକି ଆଇପିଏଲ୍ ପୂର୍ବରୁ ହ୍ୟାଟ୍ରିକ୍ ଶୂନ ରନ୍ରେ ସେ ଆଉଟ ହୋଇ ଆଲୋଡ଼ା ତାଲିକାରେ ନାମ ଲେଖାଇଥିଲେ। ଏହା ସତ୍ତ୍ବେ ଆଇସିସି ପକ୍ଷରୁ ପ୍ରକାଶିତ ଟି-୨୦ ରାଙ୍କିଙ୍ଗରେ ସେ ନିଜର ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ସୂର୍ଯ୍ୟକୁମାର ୯୦୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ଥିବା ବେଳେ ପାକିସ୍ତାନର ମହମ୍ମଦ ରିଜୱାନ (୮୧୧ ପଏଣ୍ଟ) […]
ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ଆଇପିଏଲ୍ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ । ଏପରିକି ଆଇପିଏଲ୍ ପୂର୍ବରୁ ହ୍ୟାଟ୍ରିକ୍ ଶୂନ ରନ୍ରେ ସେ ଆଉଟ ହୋଇ ଆଲୋଡ଼ା ତାଲିକାରେ ନାମ ଲେଖାଇଥିଲେ। ଏହା ସତ୍ତ୍ବେ ଆଇସିସି ପକ୍ଷରୁ ପ୍ରକାଶିତ ଟି-୨୦ ରାଙ୍କିଙ୍ଗରେ ସେ ନିଜର ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ସୂର୍ଯ୍ୟକୁମାର ୯୦୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ଥିବା ବେଳେ ପାକିସ୍ତାନର ମହମ୍ମଦ ରିଜୱାନ (୮୧୧ ପଏଣ୍ଟ) ଓ ଅଧିନାୟକ ବାବର ଆଜମ (୭୫୫ ପଏଣ୍ଟ), ଦକ୍ଷିଣ ଆଫ୍ରିକାର ଏଡେନ୍ ମାର୍କରାମ (୭୪୮ ପଏଣ୍ଟ) ଏବଂ ନ୍ୟୁଜିଲାଣ୍ଡର ଡେଭୋନ୍ କନୱେ (୭୪୫ ପଏଣ୍ଟ) ତାଙ୍କ ପଛକୁ ରହିଛନ୍ତି। ବିରାଟ କୋହଲି ୧୫ତମ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ଥିବା ପାକିସ୍ତାନର ବାବର ଶନିବାରଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୫ଟିକିଆ ସିରିଜରେ ସୂର୍ଯ୍ୟକୁମାରଙ୍କ ନିକଟତର ହେବାର ସୁଯୋଗ ପାଇବେ ।




