ଆଇସିସି ଇଭେଣ୍ଟ୍ରେ ସର୍ବାଧିକ ରନରେ ସଚିନଙ୍କୁ ପଛରେ ପକାଇଲେ କୋହଲି
ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ବିଜୟୀ ପାଳି ଖେଳିବା ପରେ ଭାରତୀୟ ବ୍ୟାଟର୍ ବିରାଟ କୋହଲି ଆଇସିସିର ଧଳାବଲ୍ ଇଭେଣ୍ଟ୍ରେ ସଂଗ୍ରହ କରିଥିବା ରନ୍ ଭିତ୍ତିରେ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ଦିନିକିଆ ବିଶ୍ବକପ୍ର ୨୭ ମ୍ୟାଚ୍ରୁ କୋହଲି ୧,୧୧୫ ରନ୍ ସଂଗ୍ରହ କରିଛନ୍ତି। ଯାହାଫଳରେ ବିଶ୍ବକପ୍ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ସେ ଦଶମ ସ୍ଥାନରେ ଅଛନ୍ତି। ଏହାବ୍ୟତୀତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ କୋହଲି ୧୩ ମ୍ୟାଚ୍ରୁ ୫ ଅର୍ଦ୍ଧଶତକ ସହ ୫୨୯ […]
ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ବିଜୟୀ ପାଳି ଖେଳିବା ପରେ ଭାରତୀୟ ବ୍ୟାଟର୍ ବିରାଟ କୋହଲି ଆଇସିସିର ଧଳାବଲ୍ ଇଭେଣ୍ଟ୍ରେ ସଂଗ୍ରହ କରିଥିବା ରନ୍ ଭିତ୍ତିରେ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ଦିନିକିଆ ବିଶ୍ବକପ୍ର ୨୭ ମ୍ୟାଚ୍ରୁ କୋହଲି ୧,୧୧୫ ରନ୍ ସଂଗ୍ରହ କରିଛନ୍ତି। ଯାହାଫଳରେ ବିଶ୍ବକପ୍ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ସେ ଦଶମ ସ୍ଥାନରେ ଅଛନ୍ତି। ଏହାବ୍ୟତୀତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ କୋହଲି ୧୩ ମ୍ୟାଚ୍ରୁ ୫ ଅର୍ଦ୍ଧଶତକ ସହ ୫୨୯ ରନ୍ କରିଛନ୍ତି। ଏଠାରେ ମଧ୍ୟ ସେ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ଏକାଦଶ ସ୍ଥାନରେ ରହିଛନ୍ତି। ପୁଣି ୨୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ରୁ ୧,୧୪୧ ରନ୍ ସଂଗ୍ରହ କରିଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ସେ କିନ୍ତୁ ସର୍ବାଧିକ ରନ୍ ସଂଗ୍ରହକାରୀ ଅଛନ୍ତି। ଏହି ତିନି ଆଇସିସି ଇଭେଣ୍ଟକୁ ମିଶାଇଲେ କୋହଲି ୬୭ ମ୍ୟାଚ୍ରୁ ୬୬.୩୦ ହାରରେ ୨୭୮୫ ରନ୍ କରିଛନ୍ତି।
ପୂର୍ବରୁ ସଚିନ ତେନ୍ଦୁଲକର ଭାରତୀୟଙ୍କ ମଧ୍ୟରେ ଧଳାବଲ୍ରେ ସବୁଠୁ ଅଧିକ ରନ୍ କରିଥିଲେ। ସଚିନ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳି ନ ଥିଲା ବେଳେ ୪୫ ଦିନିକିଆ ବିଶ୍ବକପ୍ ଓ ୧୬ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳିଛନ୍ତି। ବିଶ୍ବକପ୍ରେ ସଚିନ ୨,୨୭୮ ରନ୍ ସହ ସର୍ବାଧିକ ରନ୍ ସଂଗ୍ରହକାରୀ ଥିଲେ। ସେହିପରି ଚାମ୍ପିଅନ୍ସ ଟ୍ରଫିରେ ସେ ୧୪ ପାଳିରୁ ୪୪୧ ରନ୍ ସଂଗ୍ରହ କରିଛନ୍ତି। ଏହି ଦୁଇଟି ଇଭେଣ୍ଟ୍ର ସ୍କୋରକୁ ମିଶାଇଲେ ସଚିନ ୫୨.୨୮ ହାରରେ ୨୭୧୯ ରନ୍ କରିଛନ୍ତି। ଏହି ତାଲିକାରେ ରୋହିତ ଶର୍ମା (୨୪୨୨ ରନ୍, ୬୪ ପାଳି), ଯୁବରାଜ ସିଂହ (୧୭୦୭ ରନ୍, ୬୨ ପାଳି) ଓ ସୌରଭ ଗାଙ୍ଗୁଲି (୧୬୭୧ ରନ୍, ୩୨ ପାଳି) ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଛନ୍ତି।




