ଆଇସିସି ଆଗରେ ଫେରାଦ ହେଲା ପିସିବି
ଇସଲାମାବାଦ୍: ଚଳିତ ବିଶ୍ବକପ୍ରେ କେତେକ କାରଣକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିକଟରେ ଫେରାଦ ହୋଇଛି। ପାକିସ୍ତାନର ପ୍ରଶଂସକ ଓ ସାମ୍ବାଦିକଙ୍କୁ ଏ ପର୍ଯ୍ୟନ୍ତ ଭିସା ନମିଳିବାକୁ ନେଇ ବୋର୍ଡ ଆଇସିସିର ଦୃଷ୍ଟି ଆକର୍ଷଣ କରିଛି। ଭାରତ ବିପକ୍ଷ ମ୍ୟାଚ୍ରେ ପାକିସ୍ତାନୀ ପ୍ରଶଂସକ ନଥିବାରୁ ଏହା ପରୋକ୍ଷରେ ପ୍ରଭାବିତ କରିଥିଲା ବୋଲି ମଧ୍ୟ ଦଳର ନିର୍ଦେଶକ ମିକି ଆର୍ଥର ଅଭିଯୋଗ କରିଥିଲେ। ଏହା ଏକ ଆଇସିସି ଇଭେଣ୍ଟ୍ ନୁହେଁ ବିସିସିଆଇ […]
ଇସଲାମାବାଦ୍: ଚଳିତ ବିଶ୍ବକପ୍ରେ କେତେକ କାରଣକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିକଟରେ ଫେରାଦ ହୋଇଛି। ପାକିସ୍ତାନର ପ୍ରଶଂସକ ଓ ସାମ୍ବାଦିକଙ୍କୁ ଏ ପର୍ଯ୍ୟନ୍ତ ଭିସା ନମିଳିବାକୁ ନେଇ ବୋର୍ଡ ଆଇସିସିର ଦୃଷ୍ଟି ଆକର୍ଷଣ କରିଛି। ଭାରତ ବିପକ୍ଷ ମ୍ୟାଚ୍ରେ ପାକିସ୍ତାନୀ ପ୍ରଶଂସକ ନଥିବାରୁ ଏହା ପରୋକ୍ଷରେ ପ୍ରଭାବିତ କରିଥିଲା ବୋଲି ମଧ୍ୟ ଦଳର ନିର୍ଦେଶକ ମିକି ଆର୍ଥର ଅଭିଯୋଗ କରିଥିଲେ। ଏହା ଏକ ଆଇସିସି ଇଭେଣ୍ଟ୍ ନୁହେଁ ବିସିସିଆଇ ଇଭେଣ୍ଟ ଭଳି ଲାଗିଥିଲା ବୋଲି ସେ ମତ ରଖିଥିଲେ। ଅନ୍ୟପକ୍ଷରେ ସେହି ମ୍ୟାଚ୍ରେ ପାକିସ୍ତାନର ମହମ୍ମଦ ରିଜୱାନ ଆଉଟ୍ ହୋଇ ଫେରୁଥିବାବେଳେ କିଛି ଭାରତୀୟ ପ୍ରଶଂସକ ‘ଜୟ ଶ୍ରୀରାମ..’ ଧ୍ବନି ଦେଇ ଚିଡ଼ାଇବାକୁ ପିସିବି ମଧ୍ୟ ଗମ୍ଭୀରତାର ସହ ନେଇଛି। ଏହା ଏକ ଅଶୋଭନୀୟ ଆଚରଣ ଥିଲା ବୋଲି ପିସିବି ଦର୍ଶାଇଛି। ଅନ୍ୟପକ୍ଷରେ ଅର୍ଦ୍ଧଶତକ ହାସଲ ପରେ ପିଚ୍ ଉପରେ ରିଜୱାନ ନମାଜ ପାଠ କରିବାକୁ ମଧ୍ୟ କିଛି ଭାରତୀୟ ପ୍ରଶଂସକ ଗ୍ରହଣ କରିପାରିନଥିଲେ।




