ଆଇସିସିର ସବୁ ଟ୍ରଫି ଉପରେ କବ୍‌ଜା କରିବାରେ ଅଷ୍ଟ୍ରେଲିଆ ପ୍ରଥମ ଓ ଏକମାତ୍ର ଦଳ

ଲଣ୍ଡନ: ବିଗତ ୪ ସିରିଜ୍ରେ ଘରେ ଓ ବାହାରେ ଭାରତକୁ ହରାଇପାରିନଥିବା ଅଷ୍ଟ୍ରେଲିଆ କିନ୍ତୁ ସେହି ଦେଶ ବିପକ୍ଷ ଫାଇନାଲ୍ ବେଳକୁ ମିଳିତ ଭାବେ ଲଢ଼ି ଟ୍ରଫି କବ୍‌ଜା କରି ନେଇଛି। ଏହି ୪ ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିଆରେ ଭାରତ ଦୁଇ ଥର ଜିତିଥିଲା। ଏବେ ଗୋଟିଏ ବିଜୟରେ ଭାରତ ଉପରେ ସବୁ ପ୍ରତିଶୋଧ ନେଇଯାଇଛି ଅଷ୍ଟ୍ରେଲିଆ। ଏହି ବିଜୟ ଅଷ୍ଟ୍ରେଲିଆକୁ ସବୁ ଆଇସିସି ବିଶ୍ବ ଟ୍ରଫି ହାସଲରେ ଏକମାତ୍ର ସମ୍ପୂର୍ଣ୍ଣ ଦଳ କରିଛି। ୫ ଥର […]

Samaya Live Picture
Published On

ଲଣ୍ଡନ: ବିଗତ ୪ ସିରିଜ୍ରେ ଘରେ ଓ ବାହାରେ ଭାରତକୁ ହରାଇପାରିନଥିବା ଅଷ୍ଟ୍ରେଲିଆ କିନ୍ତୁ ସେହି ଦେଶ ବିପକ୍ଷ ଫାଇନାଲ୍ ବେଳକୁ ମିଳିତ ଭାବେ ଲଢ଼ି ଟ୍ରଫି କବ୍‌ଜା କରି ନେଇଛି। ଏହି ୪ ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିଆରେ ଭାରତ ଦୁଇ ଥର ଜିତିଥିଲା। ଏବେ ଗୋଟିଏ ବିଜୟରେ ଭାରତ ଉପରେ ସବୁ ପ୍ରତିଶୋଧ ନେଇଯାଇଛି ଅଷ୍ଟ୍ରେଲିଆ। ଏହି ବିଜୟ ଅଷ୍ଟ୍ରେଲିଆକୁ ସବୁ ଆଇସିସି ବିଶ୍ବ ଟ୍ରଫି ହାସଲରେ ଏକମାତ୍ର ସମ୍ପୂର୍ଣ୍ଣ ଦଳ କରିଛି। ୫ ଥର ଦିନିକିଆ (୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫) ବିଶ୍ବକପ୍‌ ଜିତିଥିବା ଅଷ୍ଟ୍ରେଲିଆ ଦୁଇ ଥର ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୦୬, ୨୦୦୯) ହାସଲ କରିଥିଲା। ଏବେ ଲଗାତାର ଦୁଇ ବର୍ଷ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ (୨୦୨୧) ଏବଂ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (୨୦୨୩) ଜିତି ନେଇଛି କଙ୍ଗାରୁ ଦଳ। ଚଳିତ ଜୁନ୍‌ ମାସର ୧୬ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଇଂଲଣ୍ଡରେ ଆସେସ୍‌ ଶୃଙ୍ଖଳା ବିଜୟ ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ଦଳକୁ ଏହା ମଧ୍ୟ ମନୋବଳ ଯୋଗାଇବ। କିନ୍ତୁ ୨୦୦୧ ମସିହା ପରଠାରୁ ଇଂଲଣ୍ଡରେ ଅଷ୍ଟ୍ରେଲିଆ ଆସେସ୍ ଅର୍ଜନ କରିବାକୁ ସଂଘର୍ଷ କରୁଥିବାରୁ କମିନ୍ସଙ୍କ ଦଳ କେତେ ସଫଳ ହେବ ସମୟ କହିବ।

Tags: