ଆଇସିସିର ସଂଶୋଧିତ ବିଶ୍ବକପ୍ ସୂଚୀରେ ୯ ମ୍ୟାଚରେ ପରିବର୍ତ୍ତନ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ଦିନିକିଆ ବିଶ୍ବକପ୍ରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ୍ ମ୍ୟାଚ୍ ସହିତ ମୋଟ ୯ ମ୍ୟାଚ୍ର ସୂଚୀରେ ସଂଶୋଧନ କରିଛି ଆଇସିସି। ବିଶ୍ବକପ୍ରେ ଏହି ଦୁଇ ଚିରପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଅକ୍ଟୋବର ୧୫ ତାରିଖରେ ଖେଳାଯିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନବରାତ୍ରୀ ପ୍ରଥମ ଦିନ ପାଳନ ପାଇଁ ଅହମଦାବାଦରେ ପୁଲିସ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ କରିପାରିବନି ବୋଲି ଅବଗତ କରାଇଥିଲା। ଏହାପରେ ଉକ୍ତ ମ୍ୟାଚ୍କୁ ଗୋଟିଏ ଦିନ […]
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ଦିନିକିଆ ବିଶ୍ବକପ୍ରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ୍ ମ୍ୟାଚ୍ ସହିତ ମୋଟ ୯ ମ୍ୟାଚ୍ର ସୂଚୀରେ ସଂଶୋଧନ କରିଛି ଆଇସିସି। ବିଶ୍ବକପ୍ରେ ଏହି ଦୁଇ ଚିରପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଅକ୍ଟୋବର ୧୫ ତାରିଖରେ ଖେଳାଯିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନବରାତ୍ରୀ ପ୍ରଥମ ଦିନ ପାଳନ ପାଇଁ ଅହମଦାବାଦରେ ପୁଲିସ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ କରିପାରିବନି ବୋଲି ଅବଗତ କରାଇଥିଲା। ଏହାପରେ ଉକ୍ତ ମ୍ୟାଚ୍କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ତାରିଖରେ ଆୟୋଜନ କରାଯିବକୁ ସ୍ଥିର ହୋଇଛି। ସେହିପରି କୋଲକାତାରେ ନଭେମ୍ବର ୧୨ ତାରିଖରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଦୀପାବଳି ପାଇଁ ଗୋଟିଏ ଦିନ ପୂର୍ବରୁ ଆୟୋଜନ କରାଯିବ। ଏହି ଦୁଇ ମ୍ୟାଚ୍ ପାଇଁ ଅନ୍ୟ ୭ଟି ମ୍ୟାଚ୍ ପ୍ରଭାବିତ ହୋଇଛି। ପ୍ରସାରଣକାରୀ ସଂସ୍ଥା ସହିତ ଆଲୋଚନା କରିବା ପରେ ଦୁଇଟି ମ୍ୟାଚ୍ର ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଅକ୍ଟୋବର ୧୦ ତାରିଖରେ ଧର୍ମଶାଳାରେ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଦିବାରାତ୍ରରୁ ପରିବର୍ତ୍ତନ ହୋଇ ଦିନ ବେଳା ଆନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୪ ତାରିଖରେ ଚେନ୍ନାଇରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଦିନ ପରିବର୍ତ୍ତେ ଦିବାରାତ୍ର ଖେଳାଯିବ।
ସଂଶୋଧିତ ସୂଚୀ
ଅକ୍ଟୋବର ୧୦ ଇଂଲଣ୍ଡ-ବାଂଲାଦେଶ (ଧର୍ମଶାଳା), ଦିନ ୧୦.୩୦
ଅକ୍ଟୋବର ୧୦ ପାକିସ୍ତାନ-ଶ୍ରୀଲଙ୍କା (ହାଇଦ୍ରାବାଦ), ଅପରାହ୍ନ ୨ଟା
ଅକ୍ଟୋବର ୧୨ ଅଷ୍ଟ୍ରେଲିଆ-ଦ.ଆଫ୍ରିକା (ଲକ୍ଷ୍ନୌ), ଅପରାହ୍ନ ୨ଟା
ଅକ୍ଟୋବର ୧୩ ନ୍ୟୁଜିଲାଣ୍ଡ-ବାଂଲାଦେଶ (ଚେନ୍ନାଇ), ଅପରାହ୍ନ ୨ଟା
ଅକ୍ଟୋବର ୧୪ ଭାରତ-ପାକିସ୍ତାନ (ଅହମଦାବାଦ), ଅପରାହ୍ନ ୨ଟା
ଅକ୍ଟୋବର ୧୫ ଇଂଲଣ୍ଡ-ଆଫଗାନିସ୍ତାନ (ଦିଲ୍ଲୀ), ଅପରାହ୍ନ ୨ଟା
ନଭେମ୍ବର ୧୧ ଅଷ୍ଟ୍ରେଲିଆ-ବାଂଲାଦେଶ (ପୁଣେ), ଦିନ ୧୦.୩୦
ନଭେମ୍ବର ୧୧ ଇଂଲଣ୍ଡ-ପାକିସ୍ତାନ (କୋଲକାତା), ଅପରାହ୍ନ ୨ଟା
ନଭେମ୍ବର ୧୨ ଭାରତ-ନେଦରଲାଣ୍ଡ୍ସ (ବେଙ୍ଗାଲୁରୁ), ଅପରାହ୍ନ ୨ଟା




