ଆଇପିଏଲ୍ ବିଜୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଶାହରୁଖଙ୍କୁ ଅଭିନନ୍ଦନ ଜଣାଇଲା ବୁର୍ଜ ଖଲିଫା
ଦୁବାଇ: କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ତୃତୀୟ ଥର ଲାଗି ଆଇପିଏଲ୍ ଟ୍ରଫି ଜିତିଥିଲା। ଏହି ବିଜୟ ଉତ୍ସବ ବିଶ୍ବର ସବୁଠୁ ଉଚ୍ଚତମ କୋଠା ଦୁବାଇସ୍ଥିତ ବୁର୍ଜ ଖଲିଫାରେ ପାଳନ କରାଯାଇଥିଲା। ଏହି ଉଚ୍ଚତମ କୋଠା ବାଇଗଣୀ ରଙ୍ଗରେ ସୁସଜ୍ଜିତ ହୋଇଥିଲା। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। କେକେଆର୍ ଦ୍ବାରା ସାମାଜିକ ଗଣମାଧ୍ୟମରେ ସେୟାର ଭିଡିଓର ଶିରୋନାମା ରହିଛି, ‘‘ଉପରୁ ଦେଖନ୍ତୁ, ସବୁ ବାଇଗଣୀ ରଙ୍ଗର’’। ଏହି ପ୍ରସିଦ୍ଧ କୋଠାରେ କେକେଆର୍ର ବିଭିନ୍ନ ଫଟୋ […]
ଦୁବାଇ: କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ତୃତୀୟ ଥର ଲାଗି ଆଇପିଏଲ୍ ଟ୍ରଫି ଜିତିଥିଲା। ଏହି ବିଜୟ ଉତ୍ସବ ବିଶ୍ବର ସବୁଠୁ ଉଚ୍ଚତମ କୋଠା ଦୁବାଇସ୍ଥିତ ବୁର୍ଜ ଖଲିଫାରେ ପାଳନ କରାଯାଇଥିଲା। ଏହି ଉଚ୍ଚତମ କୋଠା ବାଇଗଣୀ ରଙ୍ଗରେ ସୁସଜ୍ଜିତ ହୋଇଥିଲା। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। କେକେଆର୍ ଦ୍ବାରା ସାମାଜିକ ଗଣମାଧ୍ୟମରେ ସେୟାର ଭିଡିଓର ଶିରୋନାମା ରହିଛି, ‘‘ଉପରୁ ଦେଖନ୍ତୁ, ସବୁ ବାଇଗଣୀ ରଙ୍ଗର’’। ଏହି ପ୍ରସିଦ୍ଧ କୋଠାରେ କେକେଆର୍ର ବିଭିନ୍ନ ଫଟୋ ପ୍ରଦର୍ଶିତ ହୋଇଥିଲା। ଏହି ଭିଡିଓରେ ଫ୍ରାଞ୍ଚାଇଜ୍ର ମାଲିକ ଶାହରୁଖ ଖାନଙ୍କ ଫଟୋ ସହ ‘ଅଭିନନ୍ଦନ କେକେଆର୍। ଅଭିନନ୍ଦନ ଏସ୍ଆର୍କେ’’ ଲେଖା ଦେଖିବାକୁ ମଳିଥିଲା। ସୂଚନାଯୋଗ୍ୟ, ପୂର୍ବରୁ କେକେଆର୍ ୨୦୧୨ ଓ ୨୦୧୪ରେ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ବରେ ଆଇପିଏଲ୍ ଟ୍ରଫି ଜିତିଥିଲା। ଦୁବାଇରେ ଶାହରୁଖଙ୍କ ପ୍ରଶଂସକ ଅଧିକ ଥିବାରୁ ବିଭିନ୍ନ ସମୟରେ ବୁର୍ଜ ଖଲିଫା ଉପରେ ଶାହରୁଖଙ୍କ ସହ ଜଡ଼ିତ ସିନେମା କିମ୍ବା କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକଳାପ ପ୍ରଦର୍ଶିତ ହୋଇଥାଏ।




