ଆଇପିଏଲ୍ ଫ୍ରାଞ୍ଚାଇଜ୍ ମାଲିକଙ୍କ ସହ ଅହମଦାବାଦରେ ଅନୌପଚାରିକ ବୈଠକ ଡକାଇଲା ବିସିସିଆଇ

ମୁମ୍ବାଇ: ଆଇପିଏଲ୍ର ସମସ୍ତ ୧୦ ଫ୍ରାଞ୍ଚାଇଜ୍ ମାଲିକମାନଙ୍କ ସହ ଏକ ଅନୌପଚାରିକ ବୈଠକ କରିବାକୁ ବିସିସିଆଇ ସେମାନଙ୍କୁ ଅହମଦାବାଦ ଡାକିଛି। ଏପ୍ରିଲ୍ ୧୬ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଅବସରରେ ଏହି ବୈଠକ ବସିବ। ସେତେବେଳକୁ ଆଇପିଏଲ୍ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିସାରିଥିବ। ତେଣୁ ସବୁ ମାଲିକଙ୍କୁ ଏକାଠି କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ତେବେ ବୈଠକର କିଛି ସ୍ପଷ୍ଟ ଏଜେଣ୍ଡା ଜଣାପଡ଼ିନାହିଁ। ତଥାପି […]

Samaya Live Picture
Published On

ମୁମ୍ବାଇ: ଆଇପିଏଲ୍ର ସମସ୍ତ ୧୦ ଫ୍ରାଞ୍ଚାଇଜ୍ ମାଲିକମାନଙ୍କ ସହ ଏକ ଅନୌପଚାରିକ ବୈଠକ କରିବାକୁ ବିସିସିଆଇ ସେମାନଙ୍କୁ ଅହମଦାବାଦ ଡାକିଛି। ଏପ୍ରିଲ୍ ୧୬ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଅବସରରେ ଏହି ବୈଠକ ବସିବ। ସେତେବେଳକୁ ଆଇପିଏଲ୍ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିସାରିଥିବ। ତେଣୁ ସବୁ ମାଲିକଙ୍କୁ ଏକାଠି କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ତେବେ ବୈଠକର କିଛି ସ୍ପଷ୍ଟ ଏଜେଣ୍ଡା ଜଣାପଡ଼ିନାହିଁ। ତଥାପି ଖେଳାଳିଙ୍କୁ ରଖିବା ଓ ନିଲାମ ପର୍ସର ପରିମାଣ ବୃଦ୍ଧି କରାଯିବା ଉପରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ପ୍ରତ୍ୟେକ ଦଳ ଖେଳାଳି ନିଲାମ ପାଇଁ ପର୍ସରେ ୧୦୦ କୋଟି ଟଙ୍କା ରଖିପାରୁଛନ୍ତି। ଏହାବ୍ୟତୀତ ବିଭିନ୍ନ ପ୍ରସଙ୍ଗ ଉପରେ ମାଲିକମାନେ ସେମାନଙ୍କ ମତ ଉପସ୍ଥାପନ କରିପାରିବେ। ଏହି ବୈଠକରେ ବିସିସିଆଇ ସଭାପତି ରୋଜର ବିନ୍ନି, ସମ୍ପାଦକ ଜୟ ଶାହ, ଆଇପିଏଲ୍ ପରିଚାଳନା ପରିଷଦ ଅଧ୍ୟକ୍ଷ ଅରୁଣ ଧୂମାଲ ଯୋଗଦେବା ସମ୍ଭାବନା ରହିଛି।

Tags: