ଆଇପିଏଲ୍‌ ପୂର୍ବରୁ ଆର୍‌ସିବିକୁ ଡବଲ୍‌ ଝଟ୍‌କା

ବେଙ୍ଗାଲୁରୁ: ଶୁକ୍ରବାରଠୁ ଆଇପିଏଲ୍‌ ଆରମ୍ଭ ହେଉଛି। କିନ୍ତୁ ପ୍ରତିଯୋଗିତାର କିଛି ଦିନ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଡବଲ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଜୋସ୍‌ ହାଜଲ୍‌ଉଡ୍‌ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ ଖେଳିପାରିବେ ନାହିଁ। ବର୍ତ୍ତମାନ ହାଜଲ୍‌ଉଡ୍‌ ଆହତ ସମସ୍ୟାରୁ ଧିରେଧିରେ ମୁକୁଳିବାରେ ଲାଗିଛନ୍ତି। ଏହି ସମସ୍ୟା ପାଇଁ ସେ ବର୍ଡର-ଗାଭାସ୍କର ଟ୍ରଫିରେ ଖେଳିପାରିନଥିଲେ। ଆଇପିଏଲ୍‌ରେ ଯୋଗଦେବା ପୂର୍ବରୁ କ୍ରିକେଟ୍‌ ଅଷ୍ଟ୍ରେଲିଆର ଡାକ୍ତରୀ ଦଳ ସହିତ ସେ ପରାମର୍ଶ କରିବେ। ସେଠାରୁ କ୍ଲିଅରାନ୍ସ ମିଳିବା […]

Samaya Live Picture
Published On

ବେଙ୍ଗାଲୁରୁ: ଶୁକ୍ରବାରଠୁ ଆଇପିଏଲ୍‌ ଆରମ୍ଭ ହେଉଛି। କିନ୍ତୁ ପ୍ରତିଯୋଗିତାର କିଛି ଦିନ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଡବଲ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଜୋସ୍‌ ହାଜଲ୍‌ଉଡ୍‌ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ ଖେଳିପାରିବେ ନାହିଁ। ବର୍ତ୍ତମାନ ହାଜଲ୍‌ଉଡ୍‌ ଆହତ ସମସ୍ୟାରୁ ଧିରେଧିରେ ମୁକୁଳିବାରେ ଲାଗିଛନ୍ତି। ଏହି ସମସ୍ୟା ପାଇଁ ସେ ବର୍ଡର-ଗାଭାସ୍କର ଟ୍ରଫିରେ ଖେଳିପାରିନଥିଲେ। ଆଇପିଏଲ୍‌ରେ ଯୋଗଦେବା ପୂର୍ବରୁ କ୍ରିକେଟ୍‌ ଅଷ୍ଟ୍ରେଲିଆର ଡାକ୍ତରୀ ଦଳ ସହିତ ସେ ପରାମର୍ଶ କରିବେ। ସେଠାରୁ କ୍ଲିଅରାନ୍ସ ମିଳିବା ପରେ ସେ ଭାରତକୁ ଆସିପାରିବେ। ସେହିପରି ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ମଧ୍ୟ ଆର୍‌ସିବିର ପ୍ରଥମ ମ୍ୟାଚ୍‌ରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। କାରଣ ତାଙ୍କ ଗୋଡ଼ରେ ଲାଗିଥିବା ଆଘାତରୁ ସୁସ୍ଥ ହେବାକୁ ଆଉ କିଛି ସମୟ ଲାଗିପାରେ। ଆର୍‌ସିବି ବେଙ୍ଗାଲୁରୁରେ ଏପ୍ରିଲ୍‌ ୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।

Tags: