ଆଇପିଏଲ୍‌ ପୂର୍ବରୁ ଅଧିନାୟକଙ୍କ ଫଟୋସୁଟ୍ରୁ ରୋହିତ ଗାଏବ

ଅହମଦାବାଦ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଅସୁସ୍ଥ ଥିବାରୁ ଗୁରୁବାର ଅହମଦାବାଦରେ ହୋଇଥିବା ଅଧିନାୟକ ଫଟୋସୁଟରେ ଯୋଗ ଦେଇପାରିନାହାନ୍ତି। ଆଇପିଏଲ୍ ପକ୍ଷରୁ ସୋସିଆଲ୍‌ ମିଡିଆରେ ସମସ୍ତ ଅଧିନାୟକଙ୍କୁ ନେଇ ଟ୍ରଫି ସହ ଫଟୋ ସେୟାର କରାଯାଇଥିଲା ବେଳେ ସେଥିରେ ରୋହିତ ଅନୁପସ୍ଥିତ ଥିଲେ। ଯାହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଚର୍ଚ୍ଚା ଚାଲିଥିଲା। ରୋହିତ କୁଆଡେ ଗଲେ ବୋଲି ଅନେକ ପ୍ରଶ୍ନ କରିଥିଲେ। ତେବେ ରୋହିତଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଅସୁସ୍ଥ […]

Samaya Live Picture
Published On

ଅହମଦାବାଦ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଅସୁସ୍ଥ ଥିବାରୁ ଗୁରୁବାର ଅହମଦାବାଦରେ ହୋଇଥିବା ଅଧିନାୟକ ଫଟୋସୁଟରେ ଯୋଗ ଦେଇପାରିନାହାନ୍ତି। ଆଇପିଏଲ୍ ପକ୍ଷରୁ ସୋସିଆଲ୍‌ ମିଡିଆରେ ସମସ୍ତ ଅଧିନାୟକଙ୍କୁ ନେଇ ଟ୍ରଫି ସହ ଫଟୋ ସେୟାର କରାଯାଇଥିଲା ବେଳେ ସେଥିରେ ରୋହିତ ଅନୁପସ୍ଥିତ ଥିଲେ। ଯାହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଚର୍ଚ୍ଚା ଚାଲିଥିଲା। ରୋହିତ କୁଆଡେ ଗଲେ ବୋଲି ଅନେକ ପ୍ରଶ୍ନ କରିଥିଲେ। ତେବେ ରୋହିତଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଅସୁସ୍ଥ ଥିବାରୁ ଅଧିନାୟକଙ୍କ ଫଟେସୁଟ୍ରେ ଯୋଗଦେଇପାରିନାହାନ୍ତି, କିନ୍ତୁ ଆର୍ସିବି ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ୍ରେ ସେ ଉପଲବ୍ଧ ହେବେ ବୋଲି ସୂଚନା ମିଳିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ହୋଇଥିବା ଅଧିନାୟକଙ୍କ ଫଟୋସୁଟ୍ରେ ମହେନ୍ଦ୍ର ସିଂହ ଧୋନି (ସିଏସ୍କେ), ହାର୍ଦ୍ଦିକ ପାଣ୍ଡ୍ୟା (ଗୁଜରାଟ ଟାଇଟନ୍ସ), ଶିଖର ଧାୱନ (ପଞ୍ଜାବ କିଙ୍ଗ୍ସ), ନୀତୀଶ ରାଣା (କେକେଆର୍), କେଏଲ୍ ରାହୁଲ (ଏଲ୍ଏସ୍ଜି), ଭୁବନେଶ୍ବର କୁମାର (ସନରାଇଜର୍ସ ହାଇଦ୍ରାବାଦ), ଫାଫ୍ ଡୁପ୍ଲେସିସ୍ (ଆର୍ସିବି), ଡେଭିଡ୍ ୱାର୍ଣ୍ଣର (ଦିଲ୍ଲୀ କ୍ୟାପିଟାଲ୍ସ) ଉପସ୍ଥିତ ଥିଲେ।

Tags: