ଆଇପିଏଲ୍‌ ପଦାର୍ପଣ କରିବେ ମାଥ୍ୟୁ ସର୍ଟ, ରାଜସ୍ଥାନ ପାଇଁ ଖେଳିବେ ସନ୍ଦୀପ ଶର୍ମା

ମୁମ୍ବାଇ: ଅଷ୍ଟ୍ରେଲିଆର ଅଣ ଅନ୍ତର୍ଜାତିକ କ୍ରିକେଟର୍‌ ମାଥ୍ୟୁ ସର୍ଟ ଚଳିତ ଆଇପିଏଲ୍‌ରେ ପଦାର୍ପଣ କରିବେ। ଗତ କିଛି ମାସ ଧରି ଆହତ ସମସ୍ୟାରେ ଗତି କରୁଥିବା ଇଂଲଣ୍ଡର ୱିକେଟ ରକ୍ଷକ ବ୍ୟାଟର ଜନି ବେୟାରଷ୍ଟୋ ଏବର୍ଷର ଆଇପିଏଲ୍‌ରେ ଖେଳିବେନି। ତେଣୁ ତାଙ୍କ ବଦଳରେ ମାଥ୍ୟୁ ସର୍ଟଙ୍କୁ ପଞ୍ଜାବ କିଙ୍ଗ୍ସ ନିଜ ଦଳରେ ସାମିଲ କରିଛି। ଗତ ବିଗ୍‌ ବାସ୍‌ ଲିଗ୍‌ରେ ସର୍ଟ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି (୪୫୮ ରନ୍‌, ୧୧ ୱିକେଟ୍‌) ଭାବେ ପୁରସ୍କୃତ ହୋଇଥିଲେ। ଏବେ […]

Samaya Live Picture
Published On

ମୁମ୍ବାଇ: ଅଷ୍ଟ୍ରେଲିଆର ଅଣ ଅନ୍ତର୍ଜାତିକ କ୍ରିକେଟର୍‌ ମାଥ୍ୟୁ ସର୍ଟ ଚଳିତ ଆଇପିଏଲ୍‌ରେ ପଦାର୍ପଣ କରିବେ। ଗତ କିଛି ମାସ ଧରି ଆହତ ସମସ୍ୟାରେ ଗତି କରୁଥିବା ଇଂଲଣ୍ଡର ୱିକେଟ ରକ୍ଷକ ବ୍ୟାଟର ଜନି ବେୟାରଷ୍ଟୋ ଏବର୍ଷର ଆଇପିଏଲ୍‌ରେ ଖେଳିବେନି। ତେଣୁ ତାଙ୍କ ବଦଳରେ ମାଥ୍ୟୁ ସର୍ଟଙ୍କୁ ପଞ୍ଜାବ କିଙ୍ଗ୍ସ ନିଜ ଦଳରେ ସାମିଲ କରିଛି। ଗତ ବିଗ୍‌ ବାସ୍‌ ଲିଗ୍‌ରେ ସର୍ଟ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି (୪୫୮ ରନ୍‌, ୧୧ ୱିକେଟ୍‌) ଭାବେ ପୁରସ୍କୃତ ହୋଇଥିଲେ। ଏବେ ଆଇପିଏଲ୍‌ରେ ମଧ୍ୟ ତାଙ୍କର କ୍ରିକେଟ୍‌ ଶୈଳୀକୁ ସାରା ଦୁନିଆ ଦେଖିବ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ତାଙ୍କୁ ମୂଳଦର (୨୦ ଲକ୍ଷ) ରେ ଦଳରେ ସାମିଲ କରାଯାଇଛି। ସେହିପରି ନିଲାମ ସମୟରେ କେହି କିଣିବାକୁ ଆଗ୍ରହ ଦେଖାଇନଥିବା ଦ୍ରୁତ ବୋଲର ସନ୍ଦୀପ ଶର୍ମାଙ୍କୁ ରାଜସ୍ଥାନ ରୟାଲ୍ସ ନିଜ ଦଳରେ ସ୍ଥାନ ଦେଇଛନ୍ତି। ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ଆହତ ଥିବାରୁ ତାଙ୍କ ବଦଳରେ ସନ୍ଦୀପ ଶର୍ମାଙ୍କୁ ମୂଳ ଦର (୫୦ ଲକ୍ଷ)ରେ ନିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ସନ୍ଦୀପ ଆଇପିଏଲ୍‌ରେ ଗତ ୧୦ ସଂସ୍କରଣ ଧର ବିଭିନ୍ନ ଦଳ ତରଫରୁ ଖେଳି ଆସୁଛନ୍ତି। ଇତିମଧ୍ୟରେ ସେ ୧୦୦ରୁ ଅଧିକ ୱିକେଟ୍‌ ନେଇସାରିଲେଣି।

Tags: