ଆଇପିଏଲ୍ରେ ୨୨ତମ ହ୍ୟାଟ୍ରିକ ୱିକେଟ୍ ନେଲେ ରସିଦ୍
ଅହମଦାବାଦ: ଗୁଜୁରାଟ ଟାଇଟନ୍ସର କାମଚଳା ଅଧିନାୟକ ରସିଦ୍ ଖାନ୍ ୧୭ତମ ଓଭରର ପ୍ରଥମ ୩ ବଲ୍ରେ ଆନ୍ଦ୍ରେ ରସେଲ୍, ସୁନିଲ ନାରାୟଣ, ଶାର୍ଦୁଳ ଠାକୁରଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଆଇପିଏଲ୍ ଇତିହାସରେ ଏହା ୨୨ତମ ହ୍ୟାଟ୍ରିକ୍ ହୋଇଥିବା ବେଳେ ରସିଦ୍ ୧୯ତମ ଖେଳାଳି। କାରଣ ଅମିତ ମିଶ୍ରା ୩ ଥର ଏବଂ ଯୁବରାଜ ସିଂହ ୨ ଥର ଏଭଳି କରିଥିଲେ। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଏହା ଥିଲା ଚତୁର୍ଥ ହ୍ୟାଟ୍ରିକ୍। ଚେନ୍ନାଇର ମାଖୟା […]
ଅହମଦାବାଦ: ଗୁଜୁରାଟ ଟାଇଟନ୍ସର କାମଚଳା ଅଧିନାୟକ ରସିଦ୍ ଖାନ୍ ୧୭ତମ ଓଭରର ପ୍ରଥମ ୩ ବଲ୍ରେ ଆନ୍ଦ୍ରେ ରସେଲ୍, ସୁନିଲ ନାରାୟଣ, ଶାର୍ଦୁଳ ଠାକୁରଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଆଇପିଏଲ୍ ଇତିହାସରେ ଏହା ୨୨ତମ ହ୍ୟାଟ୍ରିକ୍ ହୋଇଥିବା ବେଳେ ରସିଦ୍ ୧୯ତମ ଖେଳାଳି। କାରଣ ଅମିତ ମିଶ୍ରା ୩ ଥର ଏବଂ ଯୁବରାଜ ସିଂହ ୨ ଥର ଏଭଳି କରିଥିଲେ। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଏହା ଥିଲା ଚତୁର୍ଥ ହ୍ୟାଟ୍ରିକ୍। ଚେନ୍ନାଇର ମାଖୟା ଏନଟିନି, ରାଜସ୍ଥାନ ରୟାଲ୍ସର ପ୍ରବୀଣ ତାମ୍ବେ, ୟୁଝବେନ୍ଦ୍ର ଚହଲ ପୂର୍ବରୁ ତିନିଥର ହ୍ୟାଟ୍ରିକ ନେଇସାରିଛନ୍ତି। ତେବେ ରସିଦ୍ ରବିବାର ମ୍ୟାଚ୍ରେ ଅଧିନାୟକ ଭାବେ ହ୍ୟାଟ୍ରିକ ପାଇଥିଲେ ମଧ୍ୟ ଦଳ ପରାସ୍ତ ହୋଇଥିଲା।




